Advertisment

ବିଜେପି ହାତରୁ ଦିଲ୍ଲୀ ମହାନଗର ନିଗମକୁ ଛଡ଼ାଇ ନେବ କି AAP ? କିଏ କରିବ ରାଜ୍‌...

ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି।

ଅଦ୍ୟତନ ହୋଇଛି
Delhi MCD Election Results 2022

Delhi Civic Polls Result Today

Advertisment

ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇ ଥିବାବେଳେ ଭୋଟ୍‌ ଗଣତି କେନ୍ଦ୍ର ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ୍‌ ଗଣତି ପାଇଁ ମୋଟ୍‌ ୪୨ ଗଣନା କେନ୍ଦ୍ର କରାଯାଇ ଥିବାବେଳେ ୬୮ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

Advertisment

ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି। ତେଣୁ ଏଥର କିଏ ମାରିବ ବାଜିବ ? କାହାର ହେବ ଦିଲ୍ଲୀ ମହାନଗର ନିଗମ ?  ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏଥର MCD ନିର୍ବାଚନରେ ୫୦.୪୭% ମତଦାନ ହୋଇଥିଲା। ଚଳିତ ଥର ନିର୍ବାଚନରେ ୨୫୦ ୱାର୍ଡରେ ମୋଟ୍‌ ୧,୩୪୯ ପ୍ରାର୍ଥୀ ମଇଦାନରେ ଥିଲେ। 

ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ବିପୁଳ ଭୋଟ୍‌ରେ ବିଜୟ ଲାଭ କରିବ ବୋଲି ଆଶଙ୍କା କରାଯାଉଛି। ସେପଟେ ଗତ ୧୫ ବର୍ଷ ଧରି ଦିଲ୍ଲୀ ମହାନଗର ନିଗମରେ ବିଜେପିର ରାଜ୍‌ ଚାଲିଛି। ତେଣୁ ଏଥର ମଧ୍ୟ ଦଳ ବହୁମତ ପାଇ ପୁଣି ଶାସନ ଜାରି ରଖିବ ବୋଲି ଆଶା ରଖିଛି। ତେଣୁ ଆପ୍‌ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି।

Advertisment

ବିଜେପିର "ମୋଦିଙ୍କ ଡବଲ୍ ଇଞ୍ଜିନ୍" ପରି ଆପ୍ "କେଜ୍ରିୱାଲଙ୍କ ସରକାର, କେଜ୍ରିୱାଲଙ୍କ ନଗରସେବକ" ସ୍ଲୋଗାନ ଦେଇଥିଲା। ଉଭୟ ଦଳ ସେମାନଙ୍କ ଶୀର୍ଷ ଚେହେରାକୁ ନେଇ ଚଳିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। 

Delhi Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ