Advertisment

Delhi Assembly Election: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ମଧ୍ୟ ସମସ୍ତଙ୍କ ଉପରେ ନଜର ରହିଛି।

ଅଦ୍ୟତନ ହୋଇଛି
Delhi Assembly Election

Delhi Assembly Election

Advertisment

ଆରମ୍ଭ ହେଲା ଦିଲ୍ଲୀ ଭୋଟ ଗଣତି। ସକାଳ ୮ରେ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ୍ ଗଣତି। କିଛି ସମୟ ପରେ ଖୋଲିବ ଇଭିଏମ୍। କିଏ ଜିତିବ ଦିଲ୍ଲୀର ଦିଲ୍ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Advertisment

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ମଧ୍ୟ ସମସ୍ତଙ୍କ ଉପରେ ନଜର ରହିଛି।

ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

Advertisment

ଅନ୍ୟପକ୍ଷରେ ଗଣତି ପୂର୍ବରୁ ଦିଲ୍ଲୀ ଦଙ୍ଗଲରେ ଏଥର ଆମ୍‌ ଆଦମୀ ପାର୍ଟି ସାଫ୍ ହେଉଛି ଏକଜିଟ୍ ପୋଲ୍‌ରୁ ଆକଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି- ବିଜେପି ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବୋଲି ଆକଳନ କରାଯାଇଥିଲା। ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ବୋଲି ଆକଳନ କରାଯାଇଛି।

MATRIZE ର ଆକଳନ ଅନୁସାରେ, ଦିଲ୍ଲୀ ଦଙ୍ଗଲରେ ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି।

Advertisment
BJP Congress Delhi Delhi Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ