Advertisment

ସ୍କୁଲ ପରେ ଏବେ ବିମାନବନ୍ଦରରେ ବୋମା ଥିବା ନେଇ ଆସିଲା ଇ-ମେଲ୍ !

ରାଜଧାନୀର ୧୦ ହସ୍ପିଟାଲକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ । IGI ଏୟାରପୋର୍ଟରେ ବୋମା ଗୁଜବ ପରେ ହଇଚଇ ।

ଅଦ୍ୟତନ ହୋଇଛି
Delhi Bomb Rumor

Delhi Bomb Rumor

Advertisment

ରାଜଧାନୀ ଦିଲ୍ଲୀର ସ୍କୁଲଗୁଡ଼ିକରେ ବିସ୍ଫୋରଣ ଧମକ ପରେ ଏବେ ଦିଲ୍ଲୀ ବିମାନବନ୍ଦର ଓ ୧୦ଟି ହସ୍ପିଟାଲରେ ବିସ୍ଫୋରଣ ନେଇ ସମାନ ଧରଣର ଧମକପୂର୍ଣ୍ଣ ଇମେଲ୍। ଏହି ଧମକ ପରେ ବିମାନବନ୍ଦର ଓ ବିଭିନ୍ନ ହସ୍ପିଟାଲରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ସହ ଦମକଳ ବାହିନୀକୁ ପଠାଯାଇଛି। ଆଜି ଅପରାହ୍ଣ ୩ଟା ୧୫ରେ ବୁରାଇ ହସ୍ପିଟାଲକୁ ଏଭଳି ପ୍ରଥମ ମେଲ୍ ଆସିଥିଲା।

Advertisment

ସେହିଭଳି ଦ୍ବିତୀୟ ମେଲ୍ ଅପରାହ୍ଣ ୪ଟା ୨୬ରେ ସଂଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲକୁ ଆସିଥିଲା। ପରେ ପରେ ରାଜଧାନୀରେ ଏଭଳି ୧୦ଟି ହସ୍ପିଟାଲ ଓ ପରେ ସଂଧ୍ୟା ୬ଟା ୧୫ରେ ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏଭଳି ଧମକପୂର୍ଣ୍ଣ ମେଲ୍ ପରେ ଦିଲ୍ଲୀ ପୋଲିସ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଦମକଳ ବାହିନୀକୁ ବିଭିନ୍ନ ସ୍ଥାନକୁ ପଠାଇଥିଲା।

ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ୍ କରିଥିଲେ ବି କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ପୋଲିସ ସୂଚନା ଦେଇଛି। ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀ ଏନସିଆର ଅଞ୍ଚଳର ୧୩୦ଟି ସ୍କୁଲକୁ ଏଭଳି ଧରଣର ଇମେଲ ଆସିଥିଲା। ଏଭଳି ମେଲ ପରେ ସୁରକ୍ଷା ବାହିନୀର ତତ୍ପରତା ଯୋଗୁଁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଉଛି। ଅନ୍ୟପକ୍ଷରେ ଏଭଳି ମେଲ୍ କିଏ କାହିଁକି କରୁଛି, ତାହା ଜାଣିବା ଲାଗି ଦିଲ୍ଲୀ ପୋଲିସ ଇଣ୍ଟରପୋଲ ସହାୟତରେ ରୁଷୀୟ ମେଲ ସର୍ଭିସ୍ କମ୍ପାନୀ ମେଲ ଡଟ୍ ଆରୟୁ ସହ ଯୋଗାଯୋଗ କରୁଛି।

Advertisment

ଇ-ମେଲ୍‌ରେ ଅଭିଯୁକ୍ତମାନେ ଆରବ ଶବ୍ଦ 'ସବାରିଇମ୍‌' ବ୍ୟବହାର କରିଥିଲେ । ଏହାକୁ ଆଇଏସଆଇଏସ୍‌ ସହ ଯୋଡା ଯାଇଥିଲା। ତେବେ ସର୍ଚ୍ଚ ବେଳେ କୌଣସି ସ୍କୁଲରୁ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା।

Bomb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ