Advertisment

ବିଷ ବଳୟରେ ରାଜଧାନୀ ! ୨ କୋଟିରୁ ଅଧିକ ଲୋକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା

ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ।

ଅଦ୍ୟତନ ହୋଇଛି
Air Quality Index

Air Quality Index

Advertisment

ପୁଣି ବିଷ ବାୟୁ ବଳୟରେ ଦିଲ୍ଲୀ। ସ୍ମଗ୍ ସମସ୍ୟାରେ ଅତିଷ୍ଟ ଦିଲ୍ଲୀ ବାସୀ। ସ୍ଥିତି ଏମିତି ଯେ, ନିଶ୍ୱାସ ନେବାକୁ ବି ଲାଗୁଛି ଡର। ୫ ଶହ ଟପିଛି ଦିଲ୍ଲୀ ଏୟାର କ୍ୱାଲିଟି ଇଣ୍ଡେକ୍ସ। କିଛି କିଛି ସ୍ଥାନରେ ଏହା ୭୫୦ରେ ପହଞ୍ଚିଛି। ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଦିଲ୍ଲୀବାସୀ। ଲୋକେ ସିଧାସଳଖ ଉଡନ୍ତା ପାଉଁଶକୁ ପ୍ରଶ୍ୱାସରେ ନେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞ। ଏହାକୁ ନେଇ ୨ କୋଟିରୁ ଅଧିକ ଲୋକ ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା କରାଯାଉଛି। 

Advertisment

ଛୋଟ ପିଲା ଓ ବୃଦ୍ଧବୃଦ୍ଧାମାନଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା ବେଳେ ଥଣ୍ଡା, ତଣ୍ଟି ଦରଜ, ଜ୍ୱର ଓ ଆଜମା କେଶ୍‌ ବଢିବାରେ ଲାଗିଛି। ପ୍ରଦୂଷଣ ନିୟନ୍ତ୍ରଣ ନହେଲେ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହେବ ବୋଲି ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି। ଆଜି କିଛି ଅଞ୍ଚଳରେ ଏକ୍ୟୁଆଇ ୭୫୦ ଟପିବା ଲୋକଙ୍କୁ ଆତଙ୍କିତ କରିଛି। ଲୋକେ ଘରୁ ପାଦ କାଢ଼ିବାକୁ ବି ଡରୁଛନ୍ତି।  

ସ୍ଥିତି ସାଂଘାତିକ ହେବା ପରେ ପ୍ରାଥମିକ ସ୍କୁଲଗୁଡିକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ କ୍ଲାସ ସଂପୂର୍ଣ୍ଣ ବନ୍ଦ ରହିବ। ବଡ଼ ପିଲାଙ୍କ ଲାଗି ସ୍କୁଲ ଖୋଲା ରହିଲେ ମଧ୍ୟ ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକ୍ରମ ଚାଲିପାରିବ ନାହିଁ। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ଲାଗି ଯାନବାହନ ଚଳାଚଳ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରୁଛି କେଜ୍ରିଓ୍ୱାଲ ସରକାର। କାର ଚଳାଚଳ ହ୍ରାସ ଲାଗି ପୁଣି ଯୁଗ୍ମ-ଅଯୁଗ୍ମ ନମ୍ବର ବ୍ୟବସ୍ଥା ଲାଗୁ ପାଇଁ ଚିନ୍ତା କରାଯାଉଛି। ସେହିପରି ଦିଲ୍ଲୀରେ ମାଲବାହୀ ଟ୍ରକ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଥିପାଇଁ  ପରିବହନ ବିଭାଗର ଶହେ ଟିମ୍‌କୁ ନିୟୋଜିତ କରାଯାଇଛି। 

Advertisment

ତେଣେ ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଛି ବିଜେପି। ହରିୟାଣାରେ ଶସ୍ୟ ଅବଶେଷ ପୋଡ଼ା ୩୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ପଞ୍ଜାବରେ ୩୪ ପ୍ରତିଶତ ବଢିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ମନୋଜ ତିଓ୍ୱାରୀ। ତେଣେ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିବା ସହ ପଞ୍ଜାବରେ ଶସ୍ୟ ଅବଶେଷ ପୋଡ଼ା ବଢିଥିବା ସ୍ବୀକାର କରିଛନ୍ତି। ତେବେ ଆକ୍ଷେପ- ପ୍ରତିଆକ୍ଷେପ ଛାଡି ପ୍ରଦୂଷଣକୁ କିଭଳି ରୋକାଯାଇ ପାରିବ ସେନେଇ କେନ୍ଦ୍ର ଉପଯୁକ୍ତ ଉପାୟ କରିବା ଉପରେ ଉଭୟ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ତେଣେ ସୁପ୍ରିମକୋର୍ଟରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲା। ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ। ଅନ୍ୟପକ୍ଷରେ ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ରୋକିବାକୁ ନିଆଯାଇଥିବା ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟରାଜ୍ୟକୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ।

Advertisment
Air Quality Index
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ