Advertisment

ପ୍ରଦୂଷଣକୁ ଅଟକାଇବ ଲକଡାଉନ୍‌ !

ଗତ କିଛିଦିନ ହେବ ଦିଲ୍ଲୀରେ ଭୟଙ୍କର ଭାବରେ ବଢିବାରେ ଲାଗିଛି ପ୍ରଦୂଷଣ, ଏହାରି ମଧ୍ୟରେ ଲକଡାଉନ୍‌ ପାଇଁ ପ୍ରସ୍ତୁତ ଥିବା ନେଇ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ସରକାର

Air Pollution in Delhi

Air Pollution in Delhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା । ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ହେବ । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ନିଷ୍ପତ୍ତି ନିଆଯାଇପାରେ। ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସଂପୂର୍ଣ୍ଣ ଲକଡାଉନ୍‌ ପାଇଁ ଦିଲ୍ଲୀ ପ୍ରସ୍ତୁତ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର।

Advertisment

ତେବେ NCR ଅଞ୍ଚଳରେ ବି ଲକଡାଉନ୍‌ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି। ପଡ଼ୋଶୀ ରାଜ୍ୟ NCR ଅଞ୍ଚଳରେ ଲକଡାଉନ୍‌ ଲାଗୁ ହେଲେ ଆହୁରି ଫଳପ୍ରଦ ହେବ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି । କୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ୨୪ ଘଣ୍ଟାରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାନ୍ସପୋର୍ଟ, କାରଖାନା ହେଉଛି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ସୂଚନା ମିଳିଛି।

ତେବେ ଏହାରି ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ସାମାନ୍ୟ ସୁଧାର ଆସିଛି। ତଥାପି ବିଷ ବଳୟରେ ରହିଛି ଦିଲ୍ଲୀ। ଗତକାଲି ଦିଲ୍ଲୀର ଅନେକ ସ୍ଥାନରେ AQI ମାନ ୩ଶହରୁ ଅଧିକ ରେକର୍ଡ ହୋଇଛି । ଗତ ଶନିବାର ଦିନ AQI ମାନ ୪୩୭ ରେକର୍ଡ ହୋଇଥିଲା । ତେବେ ଦିଲ୍ଲୀରେ ଧୂଆଁମୟ ପରିବେଶ ରହିଛି। ଦିନ ସାରା ସୂର୍ଯ୍ୟ ଦେବଙ୍କ ଦେଖା ମିଳୁନି ।ପ୍ରଦୂଷଣ ମାତ୍ରାରେ ଯଦି, ତୁରନ୍ତ ନିୟନ୍ତ୍ରଣ ନଆସେ ତେବେ ଡିସେମ୍ବରରେ ଏହି ପରିସ୍ଥିତି ଅଧିକ ବିଗିଡ଼ି ପାରେ।

Advertisment
India Delhi Delhi Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ