parliament-kTNE-621x414@LiveMint-1
ନୂଆଦିଲ୍ଲୀ: ଆସନ୍ତା ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଶାସକ-ବିରୋଧୀ ମୁହାଁମୁହିଁ ହେବେ ବୋଲି ଏବେଠୁ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି। ଚଳିତ ଅଧିବେଶନରେ କୃଷି ଆଇନକୁ ନେଇ ସରକାରଙ୍କୁ ବିରୋଧୀମାନେ ଘେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଆପ୍ର ରାଜ୍ୟସଭା ସାଂସଦ ସୁଶୀଲ ଗୁପ୍ତା କହିଛନ୍ତି, ୧୯ ଜୁଲାଇରୁ ଆରମ୍ଭ ହେଉଥିବା ଅଧିବେଶନରେ ଗୃହରେ ସମସ୍ତ ଆପ୍ ସାଂସଦମାନେ ଉପସ୍ଥିତ ରହିବେ ଏବଂ କେନ୍ଦ୍ର ସରକାର ଯେଉଁ କୃଷି ଆଇନ ଆଣିଛନ୍ତି ତାହା ଉପରେ ରୁଲିଂ ଦେବାକୁ ବାଚସ୍ପତିଙ୍କୁ କହିବୁ। ଆମେ ପୂର୍ବରୁ ବି ଦେଶର ପ୍ରତ୍ୟେକ ଚାଷୀ ଭାଇଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କାମ କରୁଛୁ ଓ ଆଗାମୀ ଦିନରେ ବି ସେହି ଅନୁସାରେ କାମ କରିବୁ। କେବଳ ଏତିକି ନୁହେଁ ବରଂ ତୈଳଦର ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିବୁ ବୋଲି ଆପ୍ ସାସଂଦ କହିଛନ୍ତି।
Also Read
ସୁଶୀଲ ଆହୁରି ମଧ୍ୟ କହିଛନ୍ତି, ଚାଷୀମାନେ ଭଲରେ ରହିଲେ ଆମେମାନେ ଭଲରେ ରହିବା। ସେମାନଙ୍କୁ ହଇରାଣ କରିବା ପରି ବିଲ୍ ଆଣି କେନ୍ଦ୍ର ସରକାର ଠିକ୍ କଲେ ନାହିଁ। ଏହାର ପରିଣାମ୍ ସେମାନଙ୍କୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେପଟେ ଆଉ ଜଣେ ଆପ୍ର ବରିଷ୍ଠ ନେତା ମଧ୍ୟ ସୁଶୀଲଙ୍କୁ ସମର୍ଥନ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ବହୁମତ ଥିବାରୁ ସେମାନେ କାହାକୁ ଖାତିର କରୁନାହାନ୍ତି। କିନ୍ତୁ ଲୋକଙ୍କ ହିତ ପାଇଁ ଆପ୍ ସବୁବେଳେ ଆଗେଇ ଆସିବ, ଆଉ ଲଢେଇ କରିବ। ଗୃହ ଆରମ୍ଭ ହେବା ମାତ୍ରେ ଆମେ ପ୍ରଶ୍ନ କରିବୁ। ତେବେ ଚଳିତ ସଂସଦ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ସଜସଜ ମୋଦି କ୍ୟାବିନେଟ୍ ସଂପ୍ରସାରଣ କରିଛନ୍ତି। ତେଣୁ ନୂଆ ନୂଆ ବିଭାଗ ନେଇଇବା ମନ୍ତ୍ରୀଙ୍କୁ ପ୍ରଶ୍ନ କରି ହରଣଘଣାରେ ପକାଇବାକୁ ତୟାର ହେଉଛନ୍ତି ବିରୋଧୀ। ଦେଖିବାକୁ ବାକି ରହିଲା ସଂସଦରେ କେଉଁ ପ୍ରସଙ୍ଗରେ କେତେ ଦିନ ଧରି ଆଲୋଚନା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/parliament-kTNE-621x414@LiveMint-1_1626431602.jpg)


