Advertisment

ତୁରନ୍ତ ସ୍ମାର୍ଟଫୋନ୍‌ରୁ ଏହି ୪ ଆପ୍‌କୁ ଅନ୍‌ଇନଷ୍ଟଲ୍ କରନ୍ତୁ...

ଆପ୍‌ ଡାଉନ୍‌ଲୋଡ ପାଇଁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ (Google Play Store) ହେଉଛି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍‌ଲୋଡ ଆପ୍‌। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍‌କୁ ମଧ୍ୟ ସାଇବର ଠକମାନେ ନିଜ କବ୍‌ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି।

ଅଦ୍ୟତନ ହୋଇଛି
delete android apps

delete android apps

Advertisment

ଆପ୍‌ ଡାଉନ୍‌ଲୋଡ ପାଇଁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ (Google Play Store) ହେଉଛି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍‌ଲୋଡ ଆପ୍‌। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍‌କୁ ମଧ୍ୟ ସାଇବର ଠକମାନେ ନିଜ କବ୍‌ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି। କେତେବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ ସୂଚନା ପ୍ରଦାନ କରିବା ବାହାନାରେ ସାଇବର ଠକମାନେ ୟୁଜର୍ସଙ୍କୁ ନିଜ ଜାଲରେ ଫସାଇ ଥାନ୍ତି। ପ୍ଲେ ଷ୍ଟୋର୍‌ରେ ଉପଲ୍ଲବ୍ଧ ଏମିତି ଅନେକ ଆପ୍‌ ଅଛି, ଯାହା ୟୁଜର୍ସଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। 

Advertisment

ଆପ୍‌ ମାଧ୍ୟମରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି...

ସାଇବର ଠକମାନେ ଏହିସବୁ ଆପ୍‌ ମାଧ୍ୟମରେ ୟୁଜର୍ସଙ୍କୁ ଟାର୍ଗେଟ୍‌ କରିଥାନ୍ତି। ଏପରିକି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି କରିବାରେ ସଫଳ ହୋଇଥାନ୍ତି। ତେଣୁ ଏହିସବୁ ଆପ୍‌ ଗୁଡ଼ିକୁ ତୁରନ୍ତ ନିଜ ମୋବାଇଲ୍‌ରୁ ହଟାଇବା ପାଇଁ ସୁରକ୍ଷା ଅନୁସନ୍ଧାନକାରୀମାନେ ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ Malwarebytes Labsର ସିକ୍ୟୁରିଟି ଏକ୍ସପର୍ଟ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଥିବା ୪ଟି ଆପ୍‌କୁ ତୁରନ୍ତ ହଟାଇବାକୁ ପରାମର୍ଶ ଦେଇଛନ୍ତି। ଯଦି ଆପଣ ଏସବୁ ଆପ୍‌  ନ ହଟାନ୍ତି ତା’ହେଲେ ଭାଇରସ୍‌ ଆପଣଙ୍କ ମୋବାଇଲ୍‌କୁ ଆଟାକ୍‌ କରିପାରେ। 

ଜାଣନ୍ତୁ, କ’ଣ ଏହି ୪ ଆପ୍‌ ...

ଯଦି ଆପଣ ମୋବାଇଲ୍‌ରେ ଏହି ୪ ଆପ୍‌ ଇନ୍‌ଷ୍ଟଲ କରିସାରିଛନ୍ତି କିମ୍ବା ପୂର୍ବରୁ ଏହା ମୋବାଇଲ୍‌ରେ ଅଛି, ତା’ହେଲେ ତୁରନ୍ତ ଏସବୁ ଅନ୍‌‌ଇନ୍‌ଷ୍ଟଲ୍ କରି ଦିଅନ୍ତୁ

Advertisment
  1. ବ୍ଲଟୁଥ୍‌ ଅଟୋ କନେକ୍ଟ(୧୦ ଲକ୍ଷ ଉପରେ ୟୁଜର୍ସ ଏହାକୁ ଡାଉନ୍‌ଲୋଡ୍‌ କରିଛନ୍ତି)
  2. ଡ୍ରାଇଭର: ବ୍ଲଟୁଥ୍‌, Wi-Fi, USB
  3. ବ୍ଲଟୁଥ୍‌ ଆପ୍‌ ସେଣ୍ଡର୍‌
  4. ମୋବାଇଲ୍‌ ଟ୍ରାନ୍ସଫର୍‌: ସ୍ମାର୍ଟ ସ୍ୱିଚ୍‌
Android Devices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ