Advertisment

ହେଲିକପ୍ଟର ଲ୍ୟାଣ୍ଡିଂ ପୂର୍ବରୁ କ’ଣ ଘଟିଥିଲା ? ଦୁର୍ଘଟଣାର ବିବରଣୀ ଦେଲେ ରାଜନାଥ

କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ଲ୍ୟାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଦ୍ୟତନ ହୋଇଛି
Defence Minister Rajnath Singh

Defence Minister Rajnath Singh

Advertisment

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, CDS ବିପିନ ରାୱତ୍ ସୁଲୁର୍ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲେ। ୧୧ଟା ୪୮ ମିନିଟରେ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲେ। ୧୨ଟା ୮ରେ ହେଲିକପ୍ଟର ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଲ୍ୟାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକେ ନିଆଁ ଲାଗିବା ଦେଖିବା ପରେ ସୂଚନା ଦେଇଥିଲେ। ସମସ୍ତ ମୃତକଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଅଣାଯିବ। ମୃତକଙ୍କ ମଧ୍ୟରେ CDS ବିପିନ ରାୱତ୍‌ ଓ ତାଙ୍କ ପତ୍ନୀ ଥିଲେ। ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଗୁରୁତର ଅଛନ୍ତି। ଲାଇଫ୍‌ ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। 

ସ୍ଥାନୀୟ ଲୋକେ ହେଲିକପ୍ଟରରେ ନିଆଁ ଲାଗିବା ଦେଖିବା ପରେ ସୂଚନା ଦେଇଥିଲେ। କେଉଁ ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ତଦନ୍ତକାରୀ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Advertisment

ସୂଚନାଥାଉ କି, ଗତକାଲି ସିଡିଏସ୍(Chief of Defence Staff) ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାମିଲନାଡ଼ୁର କୁନ୍ନୁର ନିକଟରେ ଗତକାଲି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। କେବଳ ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Rajnath Singh Defence Minister Rajnath Singh CDS Bipin Rawat Army Helicopter Crash CDS Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ