ଝଲସିଲା ଅଯୋଧ୍ୟାର ସରଜୁ ତଟ; ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ । ଆରତି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ ।

Deepotsav

ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ସରଜୁ ତଟ । ସରଜୁ ନଦୀର ୫୧ଟି ଘାଟରେ ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ ଦେଖି ଚକିତ ସାରା ବିଶ୍ୱ । ଏକାସାଙ୍ଗରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି ।

ତ୍ରେତୟା ଯୁଗରେ ୧୪ ବର୍ଷ ବନବାସ ପରେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଖୁସିରେ ଘରେ ଘରେ ଦୀପ ଜାଳିଥିଲେ ଏହି ପୌରାଣିକ ନଗୀରର ନରନାରୀ । ଦୀପୋତ୍ସବ ସେହି ମହାପର୍ବର ସ୍ମୃତି ବହନ କରୁଛି । ଏହି ଦୀପୋତ୍ସବ ଅବସରରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ତଟରେ ଆରତୀରେ ଅଂଶ ଗ୍ରହଣ କରିଥିଲେ ।

ଆସନ୍ତାବର୍ଷ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, ଚଳିତବର୍ଷର ଦୀପୋତ୍ସବକୁ ଅତ୍ୟନ୍ତ ବିଶାଳ ଆକାରରେ ଆୟୋଜନ କରାଯାଇଛି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ । ଲେଜର ଲାଇଟ୍ ସୋ, ବିରାଟ ଏଲଇଡିରେ ରାମାୟଣ ପ୍ରଦର୍ଶନ ଏବଂ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହୋଇଛି ଏହି ଅବସରରେ ।