Advertisment

ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ : ଜୁଲାଇ ପହିଲାରୁ ଲାଗୁ କରିବ RBI

ଡେବିଟ/କ୍ରେଡିଟ କାର୍ଡ ବ୍ୟବହାର ମାତ୍ରେ ଟୋକନ ପାଇଁ ଗ୍ରାହକଙ୍କ ଅନୁମତି ମଗାଯିବ, ଅନୁମତି ମିଳିବା ପରେ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକେନାଇଜେସନର ପ୍ରସ୍ତାବ ଯିବ

ଅଦ୍ୟତନ ହୋଇଛି
Debit Card, Credit Card Online Payment Rule Changes from Next Month

Debit Card, Credit Card Online Payment Rule Changes from Next Month

Advertisment

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ । ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଆଗରୁ ଡେବିଟ କି କ୍ରେଡିଟ କାର୍ଡରେ ଅନଲାଇନ କାରବାର କଲେ, ସେହି ସଂସ୍ଥାଗୁଡ଼ିକ ଗ୍ରାହକଙ୍କ କାର୍ଡର ସବୁ ତଥ୍ୟ ସଂଗ୍ରହ କରି ରଖୁଥିଲେ । ଏହି ତଥ୍ୟକୁ ହ୍ୟାକରମାନେ ବ୍ୟବହାର କରି ଅନେକ ସାଇବର ଜାଲିଆତି କରୁଥିଲେ । ତେଣୁ ଗ୍ରାହକଙ୍କ କାର୍ଡ ସୁରକ୍ଷା ଦୃଷ୍ଟିରୁ ନୂଆ ନିୟମ ଅନୁସାରେ ଗ୍ରାହକଙ୍କ କୌଣସି ତଥ୍ୟ ରଖିପାରିବ ନାହିଁ ମର୍ଚ୍ଚେଣ୍ଟ ସଂସ୍ଥା । ତା ବଦଳରେ ପେମେଣ୍ଟରେ ନୂଅ ବ୍ୟବସ୍ଥା କରାଯାଇଛି । ଏହାକୁ କୁହାଯାଉଛି ଟୋକନାଇଜେସନ୍ ।

Advertisment

ଏହି ନୂଆ ବ୍ୟବସ୍ଥା ଅନୁସାରେ କିଣାକିଣି ପାଇଁ କାର୍ଡ ବ୍ୟବହାର କରିବା ମାତ୍ରେ କାର୍ଡର ଏକ ଟୋକନ ପ୍ରସ୍ତୁତ କରିବାକୁ ଗ୍ରାହକଙ୍କ ଅନୁମତି ମଗାଯିବ । ଗ୍ରାହକ ହଁ କହିବା ପରେ ମର୍ଚେଣ୍ଟ ସଂସ୍ଥା ତରଫରୁ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକନାଇଜେସନ ପାଇଁ ପ୍ରସ୍ତାବ ଯିବ । ଏହା ପରେ କାର୍ଡ ପ୍ରଦାନକାରୀ ସଂସ୍ଥା ଏକ ଟୋକନ ତିଆରି କରିବ, ଯାହାକି ୧୬ ଅଙ୍କ ବିଶିଷ୍ଟ କାର୍ଡ ନମ୍ବରର ପ୍ରକ୍ସି ବା ନକଲି କାର୍ଡ ନମ୍ବର ଭାବେ କାମ କରିବ । ଏହି ଟୋକନ ମର୍ଚ୍ଚେଣ୍ଟ ସଂସ୍ଥାକୁ ଯିବ । ଟୋକନ ନମ୍ବରକୁ ମର୍ଚ୍ଚେଣ୍ଟ ସଂସ୍ଥା ଭବିଷ୍ୟତରେ ବ୍ୟବହାର ପାଇଁ ସେଭ୍ କରି ରଖିପାରିବ । କାରବାର ସଂପୂର୍ଣ୍ଣ କରିବାକୁ ଗ୍ରାହକଙ୍କୁ ସିଭିଭି ଏବଂ ଓଟିପି ଦେବାକୁ ପଡ଼ିବ ।

ଏହି ତଥ୍ୟ ଦେବା ପରେ ହିଁ କାରବାର ହୋଇପାରିବ । ଟୋକେନାଇଜେସନ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଯଦି ଜଣେ ଗ୍ରାହକ ଏହାକୁ ଗ୍ରହଣ କରିବାକୁ ଚାହିଁବ ନାହିଁ, ତେବେ ପ୍ରତ୍ୟେକ କାରବାରରେ କାର୍ଡର ସବୁ ତଥ୍ୟ ବାରମ୍ବାର ଦେବାକୁ ହେବ । ୨୦୨୦ ମାର୍ଚ୍ଚ ୧୭ରୁ ଆରବିଆଇର ଏହି ନିୟମ ଘୋଷଣା କରିଥିଲା । ସବୁ ପ୍ରସ୍ତୁତି ସରିବା ପରେ ଆସନ୍ତା ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।

Advertisment
Credit Card Debit Card Online Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ