Advertisment

CBIର ବଡ଼ ଖୁଲାସା- ଜଣାପଡ଼ିଲା କେମିତି ୧୪ ମହଲାରୁ ତଳେ ପଡ଼ିଥିଲେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା...

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।

ଅଦ୍ୟତନ ହୋଇଛି
Sushant Singh Rajput's ex-manager Disha Salian

Death of Sushant Singh Rajput's ex-manager Disha Salian

Advertisment

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। CBI ଏହି ମାମଲାର ତଦନ୍ତ କରୁଥିବା ବେଳେ ଦିଶାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କୁହାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ମୁମ୍ବାଇର ଟ୍ୟାଲେଣ୍ଟ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଦୁର୍ଘଟଣା ଜନିତ ଥିଲା। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସିବିଆଇର ତଦନ୍ତ ପରେ ଜଣାପଡ଼ିଛି ଯେ, ଏହା ଦୁର୍ଘଟଣା ଜନିତ ଥିଲା।

Advertisment

୨୦୨୦ ମସିହାରେ ଦିଶା ସାଲିଆନ୍‌ଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ୨୮ ବର୍ଷୀୟ ଦିଶା ଅନେକ ସେଲିବ୍ରିଟିଙ୍କ ପାଇଁ କାମ କରିଥିଲେ। ସୁଶାନ୍ତଙ୍କ ମ୍ୟାନେଜର ଭାବେ ସେ କାମ କରୁଥିଲେ। ତେବେ ଦିଶାଙ୍କ ମୃତ୍ୟୁର ମାତ୍ର କିଛି ସପ୍ତାହ ପରେ ସୁଶାନ୍ତ ମୃତ୍ୟୁ ହୋଇଥିଲା। ତେଣୁ ଉଭୟଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ରଚା ଯାଇଥିବା ଚର୍ଚ୍ଚା ହୋଇଥିଲା।

ସିବିଆଇ ସୂଚନା ଅନୁସାରେ, ନିଶାଦ୍ରବ୍ୟ ସେବନ କରିବା ପରେ ଦିଶା ନିଜର ନିୟନ୍ତ୍ରଣ ହରାଇ ଥିଲେ। Economic Timesରେ ପ୍ରକାଶିତ ଖବର ଅନୁସାରେ, ଜଣେ ସିବିଆଇ ଅଧିକାରୀଙ୍କ କହିଛନ୍ତି ଯେ, ସାଲିଆନଙ୍କ ମୃତ୍ୟୁ ମାମଲାରେ ଅନେକ ଅଭିଯୋଗ ଆସିବା ପରେ ଓ ଉଭୟ(ସୁଶାନ୍ତ ଓ ସାଲିଆନ୍)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ସାଲିଆନ୍‌ଙ୍କ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ତଦନ୍ତ କରାଯାଇଥିଲା। କାରଣ ସାଲିଆନ୍‌, ସୁଶାନ୍ତଙ୍କ ପାଇଁ କାମ କରୁଥିବାରୁ ଏହି ସବୁ ପଛରେ କିଛି ଲିଙ୍କ୍‌ ଥିବା ସନ୍ଦେହ କରାଯାଇ ତଦନ୍ତ ହୋଇଥିଲା।’

Advertisment

ମିଳିଥିବା ସୂଚନା ଅନୁସାରେ, ୨୦୨୦, ଜୁନ୍‌ ୮ରେ ସାଲିଆନ୍‌ ମୁମ୍ବାଇର ମାଲାଦ ସ୍ଥିତ ନିଜ ଘରେ ବାର୍ଥ ଡେ’ ପାର୍ଟି ରଖିଥିଲେ। ସେହିଦିନ ସନ୍ଧ୍ୟାରେ ସେ ଡ୍ରିଙ୍କ୍ସ କରିଥିଲେ। ଏହାପରେ ସେ ନିଜର ନିୟନ୍ତ୍ରଣ ହରାଇ ଆପାର୍ଟମେଣ୍ଟର ୧୪ ମହଲାରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ସୁଶାନ୍ତ ସିଂ ଓ ସାଲିଆନ୍‌ଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ୍‌ ଥିବା ନେଇ ପ୍ରମାଣ ମିଳିନଥିଲା। ସାଲିଆନ୍‌ଙ୍କ ଶରୀରରେ ଅନେକ କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା।

Sushant Singh Rajput Disha Salian Disha Salian's Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ