Advertisment

କେମିତି ପୋଡ଼ି ହୋଇଗଲେ ୬ ଓଡ଼ିଆ ଶ୍ରମିକ?

ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ

କେମିତି ପୋଡ଼ି ହୋଇଗଲେ ୬ ଓଡ଼ିଆ ଶ୍ରମିକ?

6 odia death

Advertisment

ଭୁବନେଶ୍ୱର: ପେଟକୁ ଦିମୁଠା ଦାନା ଯୋଗାଡ଼ ପାଇଁ ଭିଟାମାଟି ଛାଡ଼ି ଆନ୍ଧ୍ରକୁ ଯାଇଥିଲେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କିଛି ଯୁବ ଶ୍ରମିକ। ହେଲେ କାଳ ହେଲା କଳା ରାତି । ଦିନସାରା ହାଡ଼ଭଙ୍ଗା ପରିଶ୍ରମ କରି ଏକ ଅସ୍ଥାୟୀ ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ୬ ଓଡ଼ିଆ ଶ୍ରମିକ ।ସମସ୍ତେ ଗୁଣ୍ଟୁର୍ ଜିଲ୍ଲାର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏହି ଘଟଣା ପରେ ମୃତକଙ୍କ ପରିବାରରେ ଛାଇଯାଇଛି ଶୋକ। ତେବେ କେମିତି ଲାଗିଲା ନିଆଁ ? କାହିଁକି ଘଟିଲା ଏତେ ବଡ଼ ଅଘଟଣ ? ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ଆନ୍ଧ୍ର ପୋଲିସ।

Advertisment

ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ। ମିଳିଥିବା ସୂଚନା ଅନୁଯାୟୀ, ଏମାନଙ୍କ ନାଁ ରାମମୂର୍ତ୍ତି ଗମାଙ୍ଗ, କରୁଣାକର ଶବର, ମୋହନ ଶବର, ପାଣ୍ଡବ ଶବର, ମହେନ୍ଦ୍ର ଏବଂ ନବୀନ। ଏମାନଙ୍କ ମଧ୍ୟରୁ ଗୁଣପୁରର ଜଣେ ହୋଇଥିବାବେଳେ ଝୁମ୍ପାପୁରର ଜଣେ, ଫୁଲଫୁଟି ଗାଁର ୩ଜଣ ଥିବା କୁହାଯାଉଛି। ଅନ୍ୟ ଜଣେ ଗଜପତି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର। ମୃତକଙ୍କ ଗାଁରେ ଏହି ଖବର ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ ପାଦତଳୁ ମାଟି ଧସିଯାଇଛି । ସତେ ଯେମିତି ଛିଣ୍ଡି ପଡ଼ିଛି ଆକାଶ। କିଏ ପୁଅ ଏବଂ ଭାଇଙ୍କୁ ହରାଇଛନ୍ତି ତ ଆଉ କିଏ ରୋଜଗାରିଆ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି।

Advertisment

ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଦିନ ତମାମ ଖଟଣୀ ପରେ ଖାଇ ସାରି ଏକ ଅସ୍ଥାୟୀ ଘରେ ଶୋଇଯାଇଥିଲେ ୬ ଓଡ଼ିଆ ଶ୍ରମିକ। ପ୍ରବଳ ମଶା ଯୋଗୁ ସବୁଦିନ ଭଳି ଗତ ରାତିରେ ବି ମଶାଧୂପ ଲଗାଇଥିଲେ ଏହି ଆବଦ୍ଧ ଘରେ। କିନ୍ତୁ ରାତିରେ କଣ ଘଟିଲା କେଜାଣି, ରାତି ପାହିଲା ବେଳକୁ ଦେଖିବାକୁ ମିଳିଥିଲା ବୀଭତ୍ସ ଦୃଶ୍ୟ । ଆଉ ପାଖରେ ଥିଲା ବ୍ଲିଚିଂ ପାଉଡର୍ । ତେବେ ନିଆଁ ଲାଗିଲା କେମିତି ? କାଳ ହେଲା ମଶାଧୂପ ନା ବିଦ୍ୟୁତ୍ ସର୍ଟସର୍କିଟରୁ ଲାଗିଲା ନିଆଁ ? କାରଣ ଘଟଣାସ୍ଥଳରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଗୁଣ୍ଟୁର୍ ଏସ୍ପି କହିଛନ୍ତି, ଆକସ୍ମିକ ଅଗ୍ନିକାଣ୍ଡରୁ ଏହି ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ତଥାପି ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରହିଛି । ଏହି ଘଟଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଗୁଣ୍ଟୁର ଏସ୍ପି ॥

ପୋଲିସର କହିବା କଥା, ଓଡ଼ିଆଙ୍କୁ ମିଶାଇ ଏହି ଅସ୍ଥାୟୀ ସେଡରେ ପ୍ରାୟ ୨୫ ଶ୍ରମିକ ଥିଲେ। ତେବେ ହୁତୁହୁତୁ ହୋଇ ୬ ଓଡ଼ିଆ ଶ୍ରମିକ ଜଳିଯାଇଥିଲେ ବି କେହି କେମିତି ଟେର୍ ପାଇଲେନି ? ତାକୁ ନେଇ ନାନା ପ୍ରଶ୍ନ ଛିଡ଼ାହୋଇଛି। ଏଣେ ମୃତକଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Advertisment
Gajapati Rayagada AndhraPradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ