Helmet Distribution
ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ସଡ଼କ ସମସ୍ୟା, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଓ ଗାଡ଼ି ଚାଳକଙ୍କ ଖାମଖିଆଲି ପଣ ଯୋଗୁ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲୁଛି । ତେବେ ଦୁର୍ଘଟଣା ବୃଦ୍ଧି ପାଇବା ସହ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବାଇକ୍ ଚଳାଇବା ସମୟରେ ହେଲ୍ମେଟ୍ ପିନ୍ଧିବା ପାଇଁ ସରକାର କଡ଼ା ନିୟମ କରିଥିଲେ ସୁଦ୍ଧା ଲୋକ ସଚେତନ ହେଉନାହାନ୍ତି । ଘରୁ ବାହାରିବା ସମୟରେ ବିନା ହେଲ୍ମେଟ୍ରେ ବାହାରିଯାଉଛନ୍ତି, ଫଳରେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡ଼ୁଛି ।
ନିକଟରେ ମଧ୍ୟପ୍ରଦେଶରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ହେଲମେଟ୍ ପିନ୍ଧି ନଥିବାରୁ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ଝିଅର ମୃତ୍ୟୁ ପରେ ପରିବାର ଲୋକଙ୍କୁ ଶକ୍ତ ଝଟକା ଲାଗିଥିଲା । ତେବେ ଝିଅର ଅନ୍ତିମ ସଂସ୍କାର ଦିନ ପରିବାର ଲୋକ ବୁଲି ବୁଲି ୪୦ ଜଣ ଲୋକଙ୍କୁ ହେଲ୍ମେଟ୍ ବାଣ୍ଟିଛନ୍ତି ।
ସୂଚନା ଅନୁସାରେ ମୃତ ଯୁବତୀ ଜଣକ ନିଜ ଭାଇଙ୍କ ସହ ବାଇକ୍ରେ ବସି ମଧ୍ୟପ୍ରଦେଶ ଖରଗୋନ୍ ଜିଲ୍ଲାର ନିଜ ଗାଁ ଝିରନ୍ୟା ଅଭିମୁଖେ ଯାଉଥିଲେ । ପଛରେ ବସିଥିବାରୁ ସେ ହେଲ୍ମେଟ୍ ପିନ୍ଧିନଥିଲେ । ଦୁର୍ଘଟଣା ହେବାରୁ ରାସ୍ତାରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲେ । ଆଉ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା ।
କେବଳ ମଧ୍ୟପ୍ରଦେଶରେ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ନିତି ଦିନ ଏଭଳି ଅନେକ ପ୍ରକାରର ସଡକ ଦୁର୍ଘଟଣା ଘଟୁଛି । ଟ୍ରାଫିକ ନିୟମ ପାଳନ କରିବା ତଥା ହେଲମେଟ ପିନ୍ଧିବା ପାଇଁ ସର୍ବଦା ପରାମର୍ଶ ଦିଆଯାଉଛି । ଏପରିକି ହେଲମେଟ ନ ପିନ୍ଧିଲେ କିମ୍ବା ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେମାନଙ୍କୁ ଜୋରିମାନା କରାଯାଉଛି, ତଥାପି ଫଳ ଶୂନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679134087.jpg)