Advertisment

ରାୟବରେଲିରୁ ରାହୁଲ କଲେ ନାମାଙ୍କନ ଦାଖଲ...କଟାକ୍ଷ କଲେ ମୋଦି, କହିଲେ...

ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।

undefined

Narendra Modi On Rahul

Advertisment

ଅମେଠି ଛାଡ଼ି ରାଏବରେଲି ଯାଉଯାଉ ରାହୁଲଙ୍କୁ ବିଜେପିର ଜୋରଦାର କଟାକ୍ଷ। ଉତ୍ତରପ୍ରଦେଶର ଦୁଇଟି ଯାକ ହାଇପ୍ରୋଫାଇଲ ସିଟ୍ ପାଇଁ ଆଜି ଯାଏଁ ସସପେନ୍ସ ଜାରି ରଖିଥିଲା କଂଗ୍ରେସ । ତେବେ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା । ନିଜ ହୋମଗ୍ରାଉଣ୍ଡ୍ ଛାଡ଼ି ମାଆ ସୋନିଆଙ୍କ ପକେଟ୍ ସିଟରେ ଶରଣ ପଶିଲେ ରାହୁଲ । ଅମେଠିକୁ ବାଏ ବାଏ କହି ରାଏବରେଲିକୁ ରଣାଙ୍ଗନ ବାଛିଲେ କଂଗ୍ରେସର ଯୁବରାଜ ।

Advertisment

ଆଜି ସକାଳେ ପ୍ରାର୍ଥୀ ଘୋଷଣାର କିଛି ଘଣ୍ଟା ପରେ ପରେ, ନୋମିନେସନର ଶେଷ ଦିନରେ ରାଏବରେଲିରେ ନାମାଙ୍କନ ଭରିଛନ୍ତି ରାହୁଲ ଗାନ୍ଧି। ତାଙ୍କ ସହିତ ଉପସ୍ଥିତ ଥିଲେ ସୋନିଆ, ଭଉଣୀ ପ୍ରିୟଙ୍କା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ । ରାଏବରେଲି ସହ ଏଥର ବି ପୂର୍ବଭଳି କେରଳର ୱାଏନାଡ଼ରୁ ଲଢ଼ୁଛନ୍ତି ରାହୁଲ ।

ତେବେ କଂଗ୍ରେସର ଏହି ଗୋଟି ଚାଳନା ପରେ, ବିଜେପି ଆଡ଼ୁ ଆରମ୍ଭ ହୋଇଛି ବାଣ ବର୍ଷା। ପଶ୍ଚିମବଙ୍ଗ ଦୁର୍ଗାପୁର ରାଲିରେ ସୋନିଆ ଓ ରାହୁଲଙ୍କୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆରେ ଡର ନାହିଁ, ପଳାଅ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଚନ୍ଦ୍ରୟାନ ପ୍ରସଙ୍ଗ ଉଠାଇ ତାଚ୍ଛଲ୍ୟ କରିଛନ୍ତି ଯେ, ସୋନିଆ ଗାନ୍ଧି ୨୦ ଥର 'ରାହୁଲୟାନ୍' ଲଞ୍ଚ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏଥର ରାଏବରେଲିରେ ବି ସେ ଫେଲ୍ ମାରିବେ। ଅନ୍ୟପକ୍ଷରେ ଏହାର ଜବାବ ରଖିଛି କଂଗ୍ରେସ।

Advertisment

ରାହୁଲ ଗାନ୍ଧି ଅମେଠିରେ ୨୦୦୪ରୁ ୩ ଥର ସାଂସଦ ହୋଇଥିଲେ ଏବଂ ୨୦୧୯ରେ ବିଜେପି ହେଭିୱେଟ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ। ଏପଟେ ରାଏବରେଲିରେ ୨୦୦୪ରୁ ସାଂସଦ ରହିଆସିଛନ୍ତି ସୋନିଆ । ପୂର୍ବରୁ ଏଠାରୁ ରାହୁଲଙ୍କ ଜେଜେବାପା ଫିରୋଜ ଗାନ୍ଧି ଏବଂ ଜେଜେମାଆ ଇନ୍ଦିରା ମଧ୍ୟ ନିର୍ବାଚିତ ହୋଇଥିଲେ । ତେଣୁ ଏହାକୁ ଗାନ୍ଧି ପରିବାରର ଫ୍ୟାମିଲି ସିଟ୍ ବୋଲି କୁହାଯାଇପାରେ । ତେବେ ଏଥର କାହିଁକି ଦେଖିବାକୁ ମିଳିଲା ଦୁଇ ଦୁଇଟି ବିଲକ୍ଷଣ ? କାହିଁକି ଲୋକସଭା ନିର୍ବାଚନ ଲଢ଼ିବାରୁ ବିରତ ରହିଲେ ସୋନିଆ ? କାହିଁକି ଅମେଠି ଛାଡ଼ି ରାଏବରେଲି ପଳାଇ ଆସିଲେ ରାହୁଲ ? ଅମେଠିରେ ଗତଥରର ପରାଜୟ ପରେ, ଏଥର ପୁଣି ସ୍ମୃତି ଇରାନୀଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରିଲେନି କି ? ରାଜନୀତି ସମୀକ୍ଷକ ମଧ୍ୟ କହିଛନ୍ତି ଯେ, ଅମେଠି ଅପେକ୍ଷା ରାଏବରେଲି ରାହୁଲଙ୍କ ପାଇଁ ଅଧିକ ସୁରକ୍ଷିତ ଆସନ ହୋଇଥିବାରୁ, ସେ ଏହାକୁ ବାଛିଥାଇପାରନ୍ତି । ରାଏବରେଲିରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂ ଏବଂ ବହୁଜନ ସମାଜ ପାର୍ଟିର ଠାକୁର ପ୍ରସାଦ ଯାଦବଙ୍କୁ ସାମ୍ନା କରିବେ ରାହୁଲ ।

ଅମେଠିରୁ ଦଳର ୪ ଦଶନ୍ଧି ପୁରୁଣା ନେତା ତଥା ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ କିଶୋରୀ ଲାଲ ଶର୍ମାଙ୍କୁ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି କଂଗ୍ରେସ, ସେ ବି ଆଜି ନାମାଙ୍କନ ଭରିଛନ୍ତି । ଯଦିଓ ସେତେବେଳେ ତାଙ୍କ ସହ କୌଣସି ବଡ଼ ନେତାଙ୍କୁ ଦେଖିବାକୁ ମିଳିନଥିଲା ।

Advertisment
Narendra Modi Amit Shah Rahul Gandhi General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ