Advertisment

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର...

ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Central Government Employees DA Hike

DA May Hike Of Government Employees Before Holi

Advertisment

ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି। ବର୍ଷକୁ ୨ଥର ମହଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ। ହୋଲି ଓ ଦୀପାବଳିର ଠିକ୍‌ ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା ହୋଇଥାଏ। ପ୍ରଥମ ମହଙ୍ଗା ଭତ୍ତା ବୃଦ୍ଧି ଜାନୁଆରୀ ୧ରୁ ଲାଗୁ ହୋଇ ଥିବାବେଳେ ଦ୍ୱିତୀୟ ମହଙ୍ଗା ଭତ୍ତା ବୃଦ୍ଧି ଜୁଲାଇ ୧ରେ ଲାଗୁ କରାଯାଇଥାଏ

Advertisment

ତେବେ ଆସନ୍ତା ମାର୍ଚ୍ଚ ୮ରେ ହୋଲି ପାଳନ ହେବ। ତେଣୁ ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଯଦି ମହଙ୍ଗା ଭତ୍ତା ବୃଦ୍ଧି ହୁଏ, ତା’ହେଲେ ଏହାଦ୍ୱାରା କୋଟି କୋଟି ସରକାରୀ କର୍ମଚାରୀ ଉପକୃତ ହେବେ। ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। 

ତେଣୁ ବୈଠକରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ସମ୍ବନ୍ଧିତ ଆଲୋଚନା ହୋଇପାରେ। ଯଦି କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କିତ ନିଷ୍ପତ୍ତି ନିଆଯାଏ ତା’ହେଲେ ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ।

Advertisment
DA Hike Government Employees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ