Advertisment

ଅମୂଲ ନାଁରେ ମେସେଜ ପଠାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ

ହ୍ୱାଟସ ଆପରେ ଆସୁଛି କି ଅମୂଲ ମେସେଜ। ଯଦି ନା, ତାହେଲେ ଆସିପାରି ଏହି ମେସେଜ। ଯଦି ହଁ, ତାହେଲେ ହୋଇ ଯାଆନ୍ତୁ ସାବଧାନ। ଟିକେ ଅଣଦେଖା କଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ। ହ୍ୟାକର୍ସମାନେ ଦେଶର ନାମିଦାମୀ କଂପାନୀ ନାଁରେ ଲୁଟିବା ଆରମ୍ଭ କରି ଦେଇଛନ୍ତି

Amul

Amul

Advertisment

ନୂଆଦିଲ୍ଲୀ: ହ୍ୱାଟସ ଆପରେ ଆସୁଛି କି ଅମୂଲ ମେସେଜ। ଯଦି ନା, ତାହେଲେ ଆସିପାରି ଏହି ମେସେଜ। ଯଦି ହଁ, ତାହେଲେ ହୋଇ ଯାଆନ୍ତୁ ସାବଧାନ। ଟିକେ ଅଣଦେଖା କଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ। ହ୍ୟାକର୍ସମାନେ ଦେଶର ନାମିଦାମୀ କଂପାନୀ ନାଁରେ ଲୁଟିବା ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ମାରୁତୀ, ପରେ ଟାଟା ଓ ଆଉ ଏବେ ଅମୂଲ ନାମରେ ଲୋକଙ୍କୁ ଲୁଟିବା ପାଇଁ ନୂଆ ଚାଲ ଚଳାଇଛନ୍ତି ସାଇବର ଠକ।

Advertisment

ସାଧାରଣ ଲୋକଙ୍କୁ ହ୍ୟାକରମାନେ ଅମୂଲର ଲୋଭନୀୟ ଅଫର ଦେଉଛନ୍ତି। ମାସିକ ୬ ହଜାର ଟଙ୍କା ଆୟ କରିବାକୁ ହେଲେ ଏହି କଥାକୁ ସେୟାର କରିବାକୁ କୁହାଯାଉଛି। ଆପଣ ପାଖରେ ଯଦି ଏମିତି ମ୍ୟାସେଜ୍‌ ପହଂଚିଥାଏ, ତେବେ ସାବଧାନ ହୋଇ ଯାଆନ୍ତୁ। ଅମୂଲ ନାମରେ ପଠା ଯାଉଥିବା ଲିଙ୍କରେ କେବେ ହେଲେ କ୍ଲିକ କରନ୍ତୁ ନାହିଁ। ଯଦି ଆପଣ କ୍ଲିକ କରନ୍ତି, ତେବେ ନୂଆ  ଏକ ବ୍ରାଉଜର ଖୋଲି ଯାଉଛି। ଯେଉଁ ପେଜର ଉପର ଭାଗରେ ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷକ ଅବସରରେ ଆପଣଙ୍କ ଲାଗି ସରପ୍ରାଇଜ ଅଫର ଦେଖିବାକୁ ମିଳୁଛି। କିଛି ପ୍ରଶ୍ନ ଓ ପରେ ବାକ୍ସରେ କ୍ଲିକ୍‌ କରି ଉପହାର ଜିତିବାର ସୁଯୋଗ ଆଦି ଦେଖା ଯାଉଛି। ଏହା ପରେ ଆପଣ ମେସେଜଟିକୁ ୫ଟି ହ୍ୱାଟସଆପ ଗ୍ରୁପ ଅଥବା ୨୦ ଜଣଙ୍କ ହ୍ୱାଟସ୍‌ ଆପରେ ସେୟାର କରିବାକୁ କୁହାଯାଉଛି।

Advertisment

ତେବେ ଅମୂଲ ନାଁରେ ହେଉଥିବା ଏପରି ପ୍ରଚାରକୁ ଖଣ୍ଡନ କରିଛି କଂପାନୀ। ନିଜେ ଅମୂଲ ଏପରି କିଛି କ୍ୟାମ୍ପେନ ଚଳାଇ ନଥିବା ଟ୍ୱିଟ ମାଧ୍ୟମରେ ଦର୍ଶାଇଛି। ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ କେହି ଏପରି ଚାଲ ଚଳାଇ ଥାଇପାରେ ବୋଲି କୁହାଯାଇଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ଏହା ସହ ସ୍ପାମ ଲିଙ୍କରେ କ୍ଲିକ୍‌ ନ କରିବା ଲାଗି ଅମୂଲ ସୂଚନା ଦେଇଛି। ହ୍ୟାକର୍ସ ଏପରି ସ୍ପାମ ମାଧ୍ୟମରେ ୟୁଜରଙ୍କ ଫୋନରୁ ବ୍ୟାଙ୍କ ଆକାଉଣ୍ଟ ବାବଦ ତଥ୍ୟ ଚୋରି କରି ଠକେଇ କରିପାରନ୍ତି ବୋଲି ଅମୂଲ କଂପାନୀ ପକ୍ଷରୁ ଦେଶବାସୀଙ୍କୁ ସତର୍କ କରାଇ ଦିଆଯାଇଛି।

ଅମୂଲ ନାଁରେ ଆସୁଥିବା ମେସେଜ ସମ୍ପର୍କରେ କଂପାନୀ ପକ୍ଷରୁ ଲିଙ୍କ ମେସେଜର ଯାଞ୍ଚ କରାଯାଇଛି। ହ୍ୟାକର୍ସମାନେ ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନ ଅଥବା କମ୍ପ୍ୟୁଟରରେ ମାଲୱେର ଅପଲୋଡ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯଦି କାହା ହ୍ୱାଟସ୍‌ ଆପ୍‌ରେ ଏପରି କୌଣସି ମ୍ୟାସେଜ୍ ଆସିଥାଏ, ତେବେ ତୁରନ୍ତ ଏହାକୁ ବ୍ଲକ୍‌ କରନ୍ତୁ ବୋଲି କୁହାଯାଇଛି।

Advertisment

ଦିନକୁ ଦିନ ଡିଜିଟାଲ ଟ୍ରାଞ୍ଜାକ୍ସନ ବଢ଼ି ବଢ଼ି ଚାଲିଛି। ଏହା ସହ ସାଇବର କ୍ରାଇମ ଓ ଫ୍ରଡ ମଧ୍ୟ ବଢୁଛି। ଆର୍ଥିକ ଠକେଇ ଲାଗି ହ୍ୟାକର୍ସ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କ ମନରେ ବିଶ୍ୱାସ ଜୁଟାଇ ଆକାଉଣ୍ଟ ଖାଲି କରିବାରେ ସକ୍ଷମ ହେଉଛନ୍ତି। ଲୋକେ ଏ ବିଷୟରେ ବୁଝିବା ଆଗରୁ ଲୁଟର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି।

Cyber Fraudsters Amul Name
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ