Advertisment

ମହିଳା ସଂରକ୍ଷଣ ବିଲ୍ ଉପରେ ମହାବିତର୍କ ! ଲୋକସଭାରେ ନାରୀ ଶକ୍ତି ବନ୍ଦନ ବିଲ ଉପରେ ଚର୍ଚ୍ଚା...

SC, ST ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି କଲେ ସୋନିଆ । ଅଳ୍ପସଂଖ୍ୟକଙ୍କ ପାଇଁ ସଂରକ୍ଷଣ ମାଗିଲା ସପା ।

undefined

Women Reservation Bill

Advertisment

ମହିଳା ସଶକ୍ତୀକରଣକୁ ନେଇ ବିତର୍କ । ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଲୋକସଭାରେ ଆଜି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘାୱଲ୍, ପ୍ରାବଧାନ ସମ୍ପର୍କରେ ଅବଗତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କ । କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ବିଲକୁ ତାଙ୍କ ଦଳ ସମର୍ଥନ କରୁଥିବା କହି- ‘ମୋ ଜୀବନସାଥୀ ରାଜୀବ ଗାନ୍ଧି ହିଁ ପ୍ରଥମେ ଏ ବିଲ୍ ଆଣିଥିବା ଦର୍ଶାଇଥିଲେ। ଦାବି କରିଥିଲେ,ଜାତି ଗଣନା କରି ଏସି, ଏସ୍‌ଟି ଓ ଓବିସି ମହିଳାଙ୍କ ପାଇଁ ବି ବିଲ୍ ରେ ସଂରକ୍ଷଣ ବ୍ୟବସ୍ଥା କରାଯାଉ।

Advertisment

ପରେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ମଧ୍ୟ ପଛୁଆବର୍ଗ ଓ ଅଳ୍ପସଂଖ୍ୟକ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ଜୋର ଦେଇଥିଲେ। ଜବାବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ- ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣ ବର୍ଜନୀୟ। ଦେଶର ମହିଳାମାନଙ୍କ ସାମ୍ବିଧାନିକ ଅଧିକାର ହାସଲ ରାସ୍ତାରେ ବିରୋଧୀ ପ୍ରତିବନ୍ଧକ ନସାଜନ୍ତୁ।

ଅନ୍ୟମାନଙ୍କ ମଧ୍ୟରେ ଏନସିପିର ସୁପ୍ରିୟା ସୁଲେ, ଡିଏମକେର କାନିମୋଇ ଓ ଟିଏମ୍ସିର ମହୁଆ ମଇତ୍ର ପ୍ରମୁଖ ଶୀଘ୍ର ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ମତ ରଖିଥିଲେ। ସେହିପରି ଐତିହାସିକ ବିଲକୁ ସମର୍ଥନ କରି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ କହିଥିଲେ ୨୦୨୪ ନିର୍ବାଚନରୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ।

Advertisment

ସେପଟେ ପ୍ରଶ୍ନ ଉଠୁଛି, ଏହି ବିଲ୍ ଲାଗୁ ହେଲେ ବିଭାଜନ ହେବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ? ଏହା ଉପରେ ଚର୍ଚ୍ଚା ଆଲୋଚନା ଭିତରେ ବିଜେପି କହିଛି, ବିଜେଡିର ମହିଳା ଭୋଟ ଭାଙ୍ଗିବାକୁ ବିଜେପି ପାଇଁ ମହିଳା ସଂରକ୍ଷଣ ବିଲ୍ ବଡ଼ ଅସ୍ତ୍ର ହେବ। ଜବାବରେ ବିଜେଡି କହିଛି- ଓଡ଼ିଶାରେ ମହିଳାମାନଙ୍କ ରୋଲ ମଡେଲ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ଶ୍ରେୟ ମହିଳାମାନେ ପୁଣି ନବୀନଙ୍କୁ ଦେବେ। ତେଣେ କଂଗ୍ରେସର ଯୁକ୍ତି- ୨୦୧୦ରେ ମନମୋହନ ସରକାର ଏହି ବିଲ୍ ଆଣିଥିଲେ। ଏହାକୁ ନେଇ ଶ୍ରେୟ ରାଜନୀତି କରାନଯାଉ।

ମଙ୍ଗଳବାର ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦି ସରକାର ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ।

Advertisment

Women Reservation Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ