ଡିଜିଟାଲ ଠକେଇ ଉପରେ ଲାଗିବ ଅଙ୍କୁଶ! ପ୍ଲେ ଷ୍ଟୋର୍‌ରୁ ହଟିବ ବେଆଇନ୍‌ ଲୋନ୍‌ ଆପ୍‌

ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍‌କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ ।

Illegal loan Apps

ଡିଜିଟାଲ୍ ଋଣ ଆପ୍ ତାଲିକା ଜାରି କରିବ ରିଜର୍ଭ ବ୍ୟାଙ୍କ । ଡିଜିଟାଲ୍ ମାଧ୍ୟମରେ ଋଣ ଦେଇ ଲୋକଙ୍କୁ ଶୋଷଣ କରୁଥିବା ବେଆଇନ୍ ଆପ୍ ଗୁଡିକ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକରେ ସ୍ଥିର ହୋଇଛି ଯେ, ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍‌କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ । ଅଚଳ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଗୁଡିକର କାରବାରକୁ ସମୀକ୍ଷା କରି ସେଗୁଡିକର ପଂଜୀକରଣକୁ ରଦ୍ଦ କରିବା ଦିଗରେ ରିଜର୍ଭ ବ୍ୟାଙ୍କ କାମ କରିବ ।

ସବୁ ପେମେଣ୍ଟ ଏଗ୍ରିଗେଟର ସଂସ୍ଥାର ପଂଜୀକରଣକୁ ମଧ୍ୟ ଏହା ନିଶ୍ଚିତ କରିବ । ବେଆଇନ୍ ଋଣ ଆପ୍ ଉପରେ ଅଙ୍କୁଶ ଲଗାଇବା ଲାଗି କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଜାଲ୍ କମ୍ପାନୀ ଗୁଡିକୁ ଚିହ୍ନଟ କରିବ ଏବଂ ସେମାନଙ୍କ ପଂଜୀକରଣ ବାତିଲ କରିବ । ଏହା ବ୍ୟତୀତ ଲୋକମାନଙ୍କ ମଧ୍ୟରେ ସାଇବର ଠକେଇକୁ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯିବ ।