Advertisment

ଚିନ୍ତାର କାରଣ ହେଲା କୋଭିଡ୍-୧୯ର ନୂଆ ଭେରିଏଣ୍ଟ

କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି। C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି। ଏହି ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଅଧ୍ୟୟନ ଦାବି କରିଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ ବର୍ତ୍ତମାନ ମିଳୁଥିବା ସମସ୍ତ ଟିକାଙ୍କୁ ମାତ ଦେବା ଭଳି କ୍ଷମତା ରହିଛି।

Covid-19

Covid-19

Advertisment

ନୂଆଦିଲ୍ଲୀ : କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି। C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି। ଏହି ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଅଧ୍ୟୟନ ଦାବି କରିଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ ବର୍ତ୍ତମାନ ମିଳୁଥିବା ସମସ୍ତ ଟିକାଙ୍କୁ ମାତ ଦେବା ଭଳି କ୍ଷମତା ରହିଛି।

Advertisment

ଦକ୍ଷିଣ ଆଫ୍ରିକାର ନେଶନାଲ୍ ଇନଷ୍ଟିଟ୍ୟୁଟ୍ ଅଫ କମ୍ୟୁନିକେବଲ ଡିଜିଜ(ଏନ୍‌ସିଆଇଡି)ର ଏହି ଅଧ୍ୟୟନ କହିଛି ଯେ ଏହି ଭେରିଏଣ୍ଟ ପୂର୍ବ ଭେରିଏଣ୍ଟ ଠାରୁ ବି ଅଧିକ ସଂକ୍ରାମକ ହେବ। ଏହି ଭେରିଏଣ୍ଟ ସର୍ବ ପ୍ରଥମେ ଆଫ୍ରିକାରେ ଗତ ମେ ମାସରେ ମିଳିଥିଲା। ଏହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍, କଙ୍ଗୋ, ମରିଶନ୍, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପୁର୍ତଗାନ ଓ ସ୍ୱିଜରଲାଣ୍ଡରେ ଏହାର ରୋଗୀ ଦେଖିବାକୁ ମିଳନ୍ତି।

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ରୂପ ବିଷୟରେ ଜାଣିବା ପାଇଁ ପ୍ରତି ମାସରେ ସଂକ୍ରମିତଙ୍କ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ମେ’ ମାସରେ C.1.2 ଭ୍ୟାରିଏଣ୍ଟ ୦.୨% ନମୁନାରୁ ଠାବ ହୋଇଥିବା ବେଳେ ଜୁନ୍‌ରେ ଏହା ୧.୬% ଓ ଜୁଲାଇରେ ୨%କୁ ବୃଦ୍ଧି ପାଇଥିଲା। କ୍ରମାଗତଭାବେ ଏହା ବୃଦ୍ଧି ପାଇବାରେ ଲାଗିଛି। ସେହିପରି C.1.2 ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ୍ ଜନିତ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

Advertisment

ଏନ୍‌ସିଆଇଡିର ଏହି ଅଧ୍ୟୟନ ଏପର୍ଯ୍ୟନ୍ତ ସମୀକ୍ଷା ହେବା ବାକି ଅଛି। ଅଧ୍ୟୟନରେ କୁହାଯାଇଛି ଯେ ଦକ୍ଷିଣ ଆଫ୍ରିକାରେ ମହାମାରୀର ପ୍ରଥମ ଲହରରେ ମିଳିଥିବା କେବଳ C.1 ଭେରିଏଣ୍ଟ୍ C.1.2 ହେବାରେ ପରିବର୍ତ୍ତନ ହୋଇଛି। ଗତ ବର୍ଷ ଆଫ୍ରିକାରେ ମିଳିଥିବା ଭେରିଏଣ୍ଟଗୁଡିକ ଦକ୍ଷିଣ ଆଫ୍ରିକାର ଭେରିଏଣ୍ଟ୍ ଭାବରେ ଜଣାଶୁଣା। ପରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନାମିତ କରାଯାଇଥିଲା।

Advertisment

ଏହାପୂର୍ବରୁ ଆଉ ଏକ ବଡ ଅଧ୍ୟୟନରେ ଏହା ମଧ୍ୟ ଦାବି କରାଯାଇଛି ଯେ କରୋନା ରୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଅଧିକ ଆଣ୍ଟିବଡି ଭବିଷ୍ୟତରେ ସହାୟକ ହୋଇପାରେ। ଅଧିକ ଆଣ୍ଟିବଡି ସେହି ଲୋକମାନଙ୍କଠାରେ ଦେଖିବାକୁ ମିଳେ ଯେଉଁମାନେ କରୋନା ସଂକ୍ରମଣରେ ପୀଡିତ ହୋଇଛନ୍ତି କିମ୍ବା ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି। ଜର୍ଣ୍ଣାଲ ଅଫ୍‌ ଇନ୍ଫେକସନ ଡିଜିଜ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ, କରୋନା ସଂକ୍ରମଣରେ ପୀଡିତ ରୋଗୀମାନଙ୍କରେ ସୃଷ୍ଟି ହୋଇଥିବା ଅଧିକ ଆଣ୍ଟିବଡି ଭବିଷ୍ୟତରେ ସେମାନଙ୍କୁ ପୁନର୍ବାର ସଂକ୍ରମଣରୁ ରକ୍ଷା କରିବ।

New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ