Advertisment

ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାଙ୍କୁ ଦିଆଯିବ କରୋନା ଟିକା !

ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା

Covid Vaccine for Kids

Covid Vaccine for Kids

Advertisment

ନୂଆଦିଲ୍ଲୀ: ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା। ଏହାସହ ଯେଉଁ ଶିଶୁମାନେ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ଯାହାର ରୋଗ ପ୍ରତିଶୋଧକ ଶକ୍ତି କମ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣରେ ସାମିଲ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାମାନଙ୍କୁ ଦୁଇ-ଡ଼ୋଜ୍‌ କୋଭାକ୍ସିନ ଟିକା ଦିଆଯିବ। ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ।

Advertisment

ମୋଟ୍‌ ଉପରେ କହିବାକୁ ଗଲେ, କରୋନା କାଳରେ ଶିଶୁଙ୍କ ପାଇଁ ଏକ ଭଲ ଖବର ଏହା ନିଶ୍ଚିତ । ନଭେମ୍ବରରେ ଶକ୍ତିଶାଳୀ କରୋନା କବଚ ପିଲାମାନେ ପାଇବେ । ଶରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ଭାରତ ବାୟୋଟେକ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCOକୁ ପ୍ରଦାନ କରାଯାଇଛି ।

Advertisment

ତେବେ ଏ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ଡ୍ରାଇଭ୍‌ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ଅଛି। ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍‌ ପ୍ରଥମେ କ୍ରନିକ୍‌ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ। ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି। କିନ୍ତୁ ଟିକାକରଣ ନେଇ ଏଯାଏଁ ବିଧିବଦ୍ଧ ସୂଚନା ମିଳିନାହିଁ। କିନ୍ତୁ କରୋନାର ଗମ୍ଭୀରତାକୁ ନଜରରେ ରଖି ନଭେମ୍ବର ମାସରେ ହିଁ ପିଲାଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଗୋଟିଏ ଦିନରେ ଦେଶରେ କୋଟିଏ ଲୋକ ଟିକା ନେଇ ରେକର୍ଡ କରିଛନ୍ତି। ଏବେ କେତେ ପିଲାଙ୍କୁ ନିତିଦିନ ଟିକାକରଣ କରାଯିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

India COVID19 Corona Virus Covid Vaccine For Kids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ