Advertisment

“ଏଣ୍ଡେମିକ୍ ସ୍ଥିତିରେ ଦେଶକୁ ପ୍ରବେଶ କରୁଛି କରୋନା”

ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି

ଅଦ୍ୟତନ ହୋଇଛି
Corona

Corona

Advertisment

ନୂଆଦିଲ୍ଲୀ: ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି । ତେବେ ଦେଶର କେଉଁ ଅଞ୍ଚଳରେ ଏହା ବଢିବାର ସମ୍ଭାବନା ଥିବା ବେଳେ ଆଉ କେଉଁ ଅଞ୍ଚଳରେ କମିବ ତାହା ଏବେଠୁ ସଠିକ୍‌ ଭାବରେ କହିହେବ ନାହିଁ କିନ୍ତୁ ବର୍ତ୍ତମାନ ଭଳି ସ୍ଥିତି ଜାରି ରହିବ। ୨୦୨୨ ଶେଷ ସୁଦ୍ଧା ଦେଶର ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇପାରିବ ବୋଲି ଆଶା କରିଛନ୍ତି ସୌମ୍ୟା । ତା ପରେ ଦେଶ ପୁରା ସ୍ୱାଭାବିକ ସ୍ଥିତିକୁ ଫେରିପାରିବ ବୋଲି ସୌମ୍ୟା ଆଶା ପ୍ରକାଶ କରିଛନ୍ତି । ଛୋଟ ପିଲାମାନେ ଆକ୍ରାନ୍ତ ହେଲେ ମଧ୍ୟ ସେମାନେ ଗୁରୁତର ହେବେ ନାହିଁ । ମୃତ୍ୟୁହାର ମଧ୍ୟ କମ୍ ରହିବ । ତେଣୁ ବେଶି ଚିନ୍ତାର କାରଣ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ କହିଛନ୍ତି।

Advertisment

ସେପଟେ, ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୪ ଘଂଟାର ସୁସ୍ଥଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୧୭,୫୪,୨୮୧ ଜଣ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ରହିଛି ୩,୨୨,୩୨୭, ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ଏପଟେ, କରୋନାକୁ ନେଇ ଥମିବାରେ ନା ନେଉନାହିଁ ଟେନ୍‌ସନ୍‌। ଦୋଳି ଖେଳିବା ପରି କମୁଛି ଓ ବଢୁଛି ଦୈନିକ ଗ୍ରାଫ୍‌। ତେବେ ଏହାରି ମଧ୍ୟରେ କେବେ ମହାମାରୀ କମିବ ସେନେଇ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ରହିଛି। ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଅନେକ ଲୋକଙ୍କୁ ସଂକ୍ରମଣ କରୁଥିବା ସମୟରେ ଅନେକଙ୍କ ପ୍ରାଣ ମଧ୍ୟ ନେଇଛି। ଆଉ ଏହାରି ମଧ୍ୟରେ ନୀତି ଆୟୋଗ ଯେଉଁ ଚାଚଂଲ୍ୟକର ତଥ୍ୟ ଦେଇଛି ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସେପ୍ଚେମ୍ବରରେ କରୋନାର ତୃତୀୟ ଲହର ପିକ୍‌ରେ ରହିବ। ସ୍ଥିତି ଏମିତି ବି ହୋଇପାରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍‌ ପାଖାପାଖି ୬ ଲକ୍ଷ ପହଞ୍ଚିପାରେ। ଆଉ ଏହି ସମୟରେ ପିଲାମାନେ ହିଁ ଅଧିକ ସଂକ୍ରମଣ ହେବେ। କିନ୍ତୁ ଏହି ସଂକ୍ରମଣ କେବେ କମିବ? କେବେ ଶାନ୍ତିରେ ଜୀବନ ଯାପନ କରିବେ ଲୋକେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

India News Coronavirus COVID-19 India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ