Advertisment

ବଢ଼ୁଛି ସଂକ୍ରମଣ, ଘାରୁଛି ଚିନ୍ତା: ଏହା ଚତୁର୍ଥ ଲହରର ସଙ୍କେତ ନୁହେଁ ତ ?

ପୁଣିଥରେ ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୋମବାର ଦିଲ୍ଲୀରେ ୫୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।

Covid Cases Rising In Delhi

Covid Cases Rising In Delhi

Advertisment

ପୁଣିଥରେ ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୋମବାର ଦିଲ୍ଲୀରେ ୫୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି। ଏହା କରୋନାର ଚତୁର୍ଥ ଲହରର ସଙ୍କେତ ବୋଲି କୁହାଯାଉଛି। ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୭.୭୨%ରେ ପହଞ୍ଚିଛି। ରବିବାର ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୪.୨୧% ଥିଲା। ଦିଲ୍ଲୀରେ ସୋମବାର ୫୦୧ ପଜିଟିଭ୍‌ ଚିହ୍ନଟ ହେବା ପରେ ପଜିଟିଭିଟି ରେଟ୍‌ ୭.୭୨%ରେ ପହଞ୍ଚିଛି। 

Advertisment

ଉତ୍ତରପ୍ରଦେଶରେ ମଧ୍ୟ ଗତ ସପ୍ତାହରେ ତୁଳନାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସୋମବାର ୧୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୌତମବୁଦ୍ଧ ନଗରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରୁ ଦିନକରେ ୬୫ ଆକ୍ରାନ୍ତ ବାହାରି ଥିବାବେଳେ ଗାଜିଆବାଦରୁ ୨୦, ଲକ୍ଷ୍ନୌରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ୟୁପିରେ ୨୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ସପ୍ତାହରେ ୫୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ପୂର୍ବ ସପ୍ତାହ ତୁଳନାରୁ ଚଳିତ ସପ୍ତାହରେ ୧୪୧% କେସ୍‌ ବଢ଼ିଛି।

ଦିଲ୍ଲୀ ଓ NCRରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ରେ ପାଠପଢ଼ାକୁ ନେଇ ବିପଦ ସୃଷ୍ଟି ହୋଇଛି। କାରଣ ଗତ ସପ୍ତାହରେ ୧୩ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ନୋଏଡାର ୩ଟି ଓ ଗାଜିଆବାଦର ଗୋଟିଏ ସ୍କୁଲ୍‌ ବନ୍ଦ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଗୋଟିଏ ସ୍କୁଲ୍‌ରୁ ଶିକ୍ଷକ ଓ ଛାତ୍ର ସଂକ୍ରମିତ ଚିହ୍ନଟ ହେବାପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଯଦିଓ ଏନ୍‌ସିଆର୍‌ରେ ବନ୍ଦ ଥିବା ସ୍କୁଲ୍‌ ପୁଣିଥରେ ଆଜି ଖୋଲିଛି ତଥାପି ସଂକ୍ରମଣ ଭୟ ରହିଛି।  

Advertisment

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି। ଯେଉଁ ସ୍କୁଲ୍‌ରୁ ପଜିଟିଭ୍‌ ବାହାରିବେ ସମ୍ପୃକ୍ତ ଛାତ୍ରଙ୍କୁ ତୁରନ୍ତ ଆଇସୋଲେଟ୍‌ କରାଯିବା ଉଚିତ୍‌। ଯଦିଓ ସଂକ୍ରମଣ ବଢ଼ିଛି ହେଲେ ହସ୍ପିଟାଲାଇଜେସନ୍‌ ବର୍ତ୍ତମାନ ସୁଦ୍ଧା ବୃଦ୍ଧି ପାଇ ନାହିଁ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଚିନ୍ତାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମନୀଷ ସିସୋଦିଆ କହିଛନ୍ତି। ସ୍କୁଲ୍‌ ବନ୍ଦ ନେଇ ସରକାର କୌଣସି ବିଚାର କରିନଥିବା ସେ କହିଛନ୍ତି। 

COVID-19 COVID Cases In India Covid Cases Rise Covid Cases In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ