Advertisment

ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ୱେ ବଢ଼ୁଛି ସଂକ୍ରମଣ, କଡ଼ାକଡ଼ି ହୋଇପାରେ କଟକଣା

ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି।

ଅଦ୍ୟତନ ହୋଇଛି
Covid Cases Rise In Delhi & Mumbai

Covid Cases Rise In Delhi & Mumbai

Advertisment

ନୂଆଦିଲ୍ଲୀ/ମୁମ୍ବାଇ: ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିନକୁ ଦିନ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି।

Advertisment

ଦିନକରେ ଦିଲ୍ଲୀରେ ୨୨ ହଜାର ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗତ ୮ ମାସରେ ଏହା ସର୍ବାଧିକ। ବଢ଼ୁଥିବା ସଂକ୍ରମଣକୁ ଦେଖି ଅନୁମାନ କରାଯାଉଛି, ଦିଲ୍ଲୀରେ କଟକଣା ଆହୁରି କଡ଼ାକଡ଼ି ହୋଇପାରେ। ସେହିପରି ସଂସଦର ୪ ଶହରୁ ଅଧିକ ଷ୍ଟାଫ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି।

ମୁମ୍ବାଇରେ ଗତକାଲି ପୁଣି ଥରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ୪୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୁମ୍ବାଇ ବାସିନ୍ଦାଙ୍କ ଏଥିପ୍ରତି ଯେପରି ନିଘା ହିଁ ନାହିଁ। ଗତକାଲି ରବିବାରରେ ସାଧାରଣ ସ୍ଥାନକୁ ଯିବା ବାରଣ ଥିବା ସତ୍ତ୍ୱେ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ। ଜୁହୁ ଚୌପାଟି, ବାନ୍ଦ୍ରା, ଗେଟ୍ ୱେ ଅଫ୍ ଇଣ୍ଡିଆ ଭଳି ଅଞ୍ଚଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ କମ୍‌ କରିବା ପାଇଁ ପୋଲିସ୍ ବାରମ୍ବାର ଲୋକଙ୍କୁ 
ହଟାଉଥିଲେ ମଧ୍ୟ ପୁଣି ଲୋକମାନେ ଭିଡ଼ ଜମାଉଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ରାତି ତମାମ ଜୁହୁ ଅଞ୍ଚଳରେ ପୋଲିସ୍ ପଇନ୍ତରା ମାରିଥିବା ଦେଖିବାକୁ ମିଳିଥିଲା। 

Advertisment

ଅନ୍ୟପକ୍ଷେ, ଉତ୍ତରପ୍ରଦେଶରେ ହଠାତ୍  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ସପ୍ତାହରୁ ଗତକାଲି ୧୩% ବଢ଼ିଛି ସଂକ୍ରମଣ। ଦିନକରେ ଉତ୍ତରପ୍ରଦେଶରୁ ୭ ହଜାର ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ନୌ ଓ ନୋଏଡ଼ାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ସହରରେ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ୟୁପି ସରକାର ଆଜିଠୁ ୧୬ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି। ଏହାସହ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଠିକ୍ ମାସେ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବଢ଼ୁଥିବା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। 

COVID19 Corona Cases In India Corona Cases In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ