Advertisment

ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ: ୪ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ, ୫ ରାଜ୍ୟକୁ ଆଲର୍ଟ

ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।

Covid cases cross 4,000 Centre writes to 5 states

Covid cases cross 4,000 Centre writes to 5 states

Advertisment

ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ୫ ରାଜ୍ୟ-ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।

Advertisment

ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜଣାଇଛନ୍ତି ଯେ, ସଂକ୍ରମଣ ଯେପରି ନ ବ୍ୟାପେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେଣୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା କରି ସତର୍କ ରହିବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। 

ନିୟମିତ ଭାବେ ଟେଷ୍ଟିଂ, ସ୍କ୍ରିନିଂ, ଟିକାକରଣ ଜାରି ରଖିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି। ୩ ମାସ ପରେ ଗତ ଗୁରୁବାର ଦିନ ଦେଶରେ ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ମଧ୍ୟ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଓ କେରଳରେ ଗତ ୩ ଦିନ ହେଲା ଦୈନିକ ସଂକ୍ରମଣ ହଜାରେ ଉପରେ ଚିହ୍ନଟ ହେଉଛି।

Advertisment
COVID19 COVID Cases In India COVID Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ