Advertisment

ଦିଲ୍ଲୀରେ କାୟା ମେଲାଉଛି କରୋନା; ଦିନକରେ ୧ ହଜାର ୯ ପଜିଟିଭ ଚିହ୍ନଟ

ଦିଲ୍ଲୀରେ ପୁଣି ଦ୍ରୁତ ଗତିରେ ମାଡ଼ିଲାଣି କରୋନା । ଦିନକରେ ୧ ହଜାର ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Covid 19 in India News : Delhi reports over 1,000 new cases in last 24 hours

Covid 19 in India News : Delhi reports over 1,000 new cases in last 24 hours

Advertisment

ଦିଲ୍ଲୀରେ ପୁଣି ଦ୍ରୁତ ଗତିରେ ମାଡ଼ିଲାଣି କରୋନା । ଦିନକରେ ୧ ହଜାର ୯ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । 

Advertisment

ତେବେ ରାଜଧାନୀରେ କରୋନାର ପଜିଟିଭିଟି ହାର ୫ ଦଶମିକ ୭କୁ ବୃଦ୍ଧି ପାଇଛି । ବିଶେଷ କରି ଏପ୍ରିଲ ୧୧ରୁ ୧୮ ତାରିଖରେ ମଧ୍ୟରେ ପଜିଟିଭିଟି ହାର ୩ ଗୁଣା ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦିଲ୍ଲୀରେ ଯେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତାହା ଦେଶର ମୋଟ ସଂକ୍ରମିତଙ୍କର ୩୦ ପ୍ରତିଶତ ରହିଥିବା ଜଣାପଡିଛି।

ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ପ୍ରତିଶତରୁ କମ୍ ରହିଛି । ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୁଣି ଥରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରିଛନ୍ତି । ବିଶେଷ କରି ସର୍ବସାଧାରଣ ଓ ଗହଳି ସ୍ଥାନରେ ନିହାତି ଭାବେ ମାସ୍କ ପିନ୍ଧିବାକୁ କୁହାଯାଇଛି ନ ହେଲେ ୫ ଶହ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Advertisment

ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଯଦି ବେଳ ବେଳ ଥାଉ ଥାଉ ଲୋକମାନେ ସଚେତନ ନହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନକରନ୍ତି ତା’ହେଲେ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ସ୍ଥିତି ଉପୁଜିପାରେ। 

Delhi COVID-19 Status
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ