୨୭୫ ଟଙ୍କାରେ ବିକ୍ରି ହେବ କୋଭାକ୍ସିନ ଓ କୋଭିସିଲ୍ଡ !

କମିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଦର । ଏହି ୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ ।

କମିବ କୋଭାକ୍ସିନ ଓ କୋଭିସିଲ୍ଡ ଦର !

କମିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଦର । ଏହି ୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ ।

ବର୍ତ୍ତମାନ ଉଭୟ ଭ୍ୟାକ୍ସିନ୍‌ରେ ୧୫୦ ଟଙ୍କା ସର୍ଭିସ୍ ଚାର୍ଜକୁ ମିଶାଇ ଘରୋଇ ହସ୍ପିଟାଲରେ ଡୋଜ୍ ପ୍ରତି ଦର କୋଭାକ୍ସିନର ୧୨ଶହ ଟଙ୍କା ଓ କୋଭିସିଲ୍ଡ ୭୮୦ ଟଙ୍କା ରହିଛି । ତେବେ ଏହାକୁ ହ୍ରାସ କରି ଏକ ନିର୍ଦ୍ଦିଷ୍ଟ ଦାମ୍ ଧାର୍ଯ୍ୟ କରିବାକୁ ସରକାର ଜାତୀୟ ଔଷଧ ଦର ନିୟାମକ NPPAକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଭ୍ୟାକ୍ସିନର ଡୋଜ୍ ପ୍ରତି ଦାମ୍ ୨୭୫ ଟଙ୍କା ହେଲେ, ତା ସହିତ ୧୫୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ।ପୂର୍ବରୁ ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ସେରମ୍ ଇନ୍‌ଷ୍ଟିଟ୍ୟୁଟ୍‌ର କୋଭିସିଲ୍ଡ ଟିକାକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ତେବେ ଏହି ୨ ଫାର୍ମା କଂପାନୀ ଟିକାକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ DCGIର ଅନୁମତି ଲୋଡ଼ିଥିଲେ। ବହୁ ତର୍ଜମା ପରେ ଚୂଡ଼ାନ୍ତ ଅନୁମୋଦନ ପାଇଁ DCGIକୁ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିଶ କରାଯାଇଛି ।

ଅନ୍ୟପକ୍ଷେ, ଲୋକଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକମାନେ ମତ ପରାମର୍ଶ ଦେଇଛନ୍ତି । ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖାଯାଇଛି। ତେବେ କରୋନା ଦାଉରୁ ବଞ୍ଚିବାକୁ ହେଲେ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ। ଯଦି କେହି କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧିବା ଆବଶ୍ୟକ କାରଣ ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।