Advertisment

ଆସିବ କି କରୋନାର ଚତୁର୍ଥ ଲହର ? ଏହି ୩ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ

ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।

Covid 19 Cases Rise In These States

Covid 19 Cases Rise In These States

Advertisment

ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର ଦିଲ୍ଲୀରେ ୧୪୬ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ପଜିଟିଭିଟି ରେଟ୍‌ ୧.୩୯% ଥିଲା। ହେଲେ ଶନିବାର ଏହା ବୃଦ୍ଧି ପାଇ ପଜିଟିଭିଟି ରେଟ୍‌ ୧.୫୫%ରେ ପହଞ୍ଚିଛି।  ଶନିବାର ଦିଲ୍ଲୀରେ ୧୬୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। 

Advertisment

ଗୁରୁବାର ଦିଲ୍ଲୀରେ ୧୭୬ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଯାହାକି ଗତ କିଛିଦିନ ତୁଳନାରେ ୪୦% ଅଧିକ ଥିଲା। ସେହିପରି ପଜିଟିଭିଟି ରେଟ୍‌ ୧.୬୮% ଥିଲା। ହେଲେ ଏହି ସମୟରେ କରୋନାରେ ଆକ୍ରାନ୍ତ ହୋଇ କାହାର ମୃତ୍ୟୁ ଘଟି ନଥିଲା। ବୁଧବାର ୧.୧୨% ପଜିଟିଭିଟି ରେଟ୍‌ ଥିବାବେଳେ ୧୨୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଜଣଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୧୮,୬୬,୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୨୬,୧୫୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସେହିପରି ଗୁଜରାଟରେ ଶନିବାର ୩୪ଟି ନୂଆ କେସ୍‌ ସାମ୍ନାକୁ ଆସିଛି। ଗତ ୩ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ତୁଳନାରେ ଏହା ଅଧିକ। ଗୁରୁବାର କେବଳ ୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪ରେ ପହଞ୍ଚି ଥିଲା। ମାର୍ଚ୍ଚ ୧୩ ପରେ ଦୈନିକ ସଂକ୍ରମଣ ତୁଳନାରେ ଏହା ଅଧିକ। ଏସବୁ ଭିତରେ ୭ ଦିନର ହାରାହାରି ବୃଦ୍ଧି ପାଇ ୧୫ରେ ପହଞ୍ଚିଛି। ଏପ୍ରିଲ ୪ରେ ୯ରୁ ବୃଦ୍ଧି ପାଇ ଏହା ୧୫ରେ ପହଞ୍ଚିଛି। ଏହାସହ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୪,୦୨୫ରେ ପହଞ୍ଚିଛି। 

Advertisment

ହରିୟାଣାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ନଜର ଆସିଛି। ଗତ ୧୦ ଦିନରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣା ହୋଇଥିବା ଦେଖିବାକୁ ମିଳିଛି। ଏହାସହ ଆକ୍ଟିଭ୍‌ କେସ୍‌ ମଧ୍ୟ ବଢ଼ିଛି। ଗୁରୁଗ୍ରାମରେ ୨୭୦ ସଂକ୍ରମିତ ଥିବାବେଳେ ଫରିଦାବାଦରେ ୩୪, ସୋନିପତରେ ୮ ଆକ୍ଟିଭ୍‌ କେସ୍‌ ରହିଛି। 

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ, ଦିଲ୍ଲୀ, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ କେନ୍ଦ୍ର ଚିଠି ଲେଖିଛି। ଚିଠିରେ ସ୍ୱାସ୍ଥ୍ୟ ସଚିବ, ରାଜ୍ୟମାନଙ୍କୁ ସତର୍କ ରହିବା ସହ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବାକୁ ଉଲ୍ଲେଖ କରିଛନ୍ତି। ଯେଉଁଠି କରୋନା ସଂକ୍ରମଣ ବୃଦ୍ଧି ପାଉଛି, ତା’ଉପରେ ନିୟମିତ ଭାବେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

Advertisment
COVID19 COVID19 Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ