Advertisment

କୋଭାକ୍ସିନ୍ ଟିକା ୭୭.୮% ଫଳପ୍ରଦ: ଲାନ୍‌ସେଟ୍‌ ରିପୋର୍ଟ

ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍‌ସେଟ୍‌ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।

Covaxin

Covaxin

Advertisment

ନୂଆଦିଲ୍ଲୀ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି।  ଏଥିସହ ଘାତକ ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨% ଉପାଦେୟତା ରହିଥିବା ଲାନ୍‌ସେଟ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଲାନ୍‌ସେଟ୍ ପକ୍ଷରୁ ପ୍ରକାଶିତ ତଥ୍ୟ ପ୍ରାରମ୍ଭିକ ବିଶ୍ଲେଷଣ ଅନୁଯାୟୀ କରାଯାଇଛି। ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ଲାନ୍‌ସେଟ୍ ପକ୍ଷରୁ କୁହାଯାଇଛି। କୋଭାକ୍ସିନ୍ ଟିକାର ଦୁଇଟି ଡୋଜ ଟିକା ନେବାର ୨ ସପ୍ତାହ ପରେ ଆଣ୍ଟିବଡି ସୃଷ୍ଟି ହେଉଛି। ଏଥିସହ ଟିକା ନେବା ପରେ ପରିସ୍ଥିତି ଗୁରୁତର କିମ୍ବା ମୃତ୍ୟୁ ହେବା ନେଇ କୌଣସି ସୂଚନା ମିଳିନାହିଁ।

୨୦୨୦ ନଭେମ୍ବରରୁ ୨୦୨୧ ମେ’ ମଧ୍ୟରେ ୨୪ ହଜାର ୪୧୯ ଜଣ ୧୮ରୁ ୯୭ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଇଥିଲା। ତେବେ ସେମାନଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇ ନଥିବା ଲାନ୍‌ସେଟ୍ ରିପୋର୍ଟରେ ଦର୍ଶାଯାଇଛି। କିଛି ଦିନ ପୂର୍ବେ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। 

Advertisment

ସେପଟେ ଟିକାକରଣରେ ଓଡ଼ିଶାକୁ ଆଉ ଏକ ମାଇଲଖୁଣ୍ଟ। ଏଯାବତ୍ ରାଜ୍ୟରେ ୪ କୋଟି ଡୋଜ୍ କରୋନା ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।

COVID Vaccine COVAXIN
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ