Advertisment

ତିନି ଦିନିଆ ରିମାଣ୍ତରେ ଗଲେ ଆର୍ୟନ୍

ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।

undefined

Aryan Khan

Advertisment

ନୂଆଦିଲ୍ଲୀ: ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି। ବର୍ତ୍ତମାନ ଏହାର ଅଧିକ ତଦନ୍ତ ପାଇଁ ଏବେ ଅଂଟା ଭିଡିଛି NCB । ରିମାଣ୍ଡ କପିରେ NCB ପକ୍ଷରୁ ଦର୍ଶାଇଛି ଯେ, ବିଦେଶରୁ ବହୁ ପରିମାଣର ଡ୍ରଗ୍ସ କିଣାଯିବା ପାଇଁ ଭାରତରେ ଡିଲ୍ ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସଂପୃକ୍ତ ଖାଲି ସେତିକି ନୁହେଁ, ଡ୍ରଗ୍ସ କାରବାରରେ ପୁରା ରାକେଟ୍ କାମ କରୁଛି। ତେଣୁ ଡ୍ରଗ୍ସ ଡିଲରଙ୍କୁ ସାମ୍ନାକୁ ଆଣିବାକୁ ହେଲେ ଅଭିଯୁକ୍ତଙ୍କୁ ଅଧିକ ଜେରା କରିବାକୁ ପଡିବ ବୋଲି NCB ପକ୍ଷରୁ ସୂଚନା ମିଳିଛି।

Advertisment

ବଲିଉଡ୍ ବାଦଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ ଲିଙ୍କ୍‌ ଆଦି ଘଟଣାରେ ଏକ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି। NCB ସୂଚନା ଅନୁସାରେ, ଆର୍ୟନଙ୍କୁ ଜେରା କଲା ବେଳେ ଆର୍ୟନ କାନ୍ଦି କାନ୍ଦି ଅନେକ ଗୁମରର ଖୁଲାସା କରିଛନ୍ତି। ଷ୍ଟାର୍ କିଡ୍ ଆର୍ୟନ ମାନିଛନ୍ତି ଯେ, ସେ ପାଖାପାଖି ୪ ବର୍ଷ ହେବ ଡ୍ରଗ୍ସ ନେଉଥିଲେ। ୟୁକେ, ଦୁବାଇ ଏବଂ ଅନ୍ୟ ଦେଶରେ ମଧ୍ୟ ଡ୍ରଗ୍ସ ନେଇଛନ୍ତି। ଅରବାଜ୍ ମର୍ଚାଣ୍ଟଙ୍କ ସହ ତାଙ୍କର ୧୫ ବର୍ଷର ବନ୍ଧୁତା ରହିଛ। ଏହି ମାମଲାରେ ଗିରଫ ହୋଇଥିବା ଆର୍ୟନ, ଅରବାଜ ମର୍ଚ୍ଚାଣ୍ଟଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଜବତ କରି କଲ୍ ରେକର୍ଡ, ମେସେଜ ଓ ଚାଟ୍‌କୁ ଘାଣ୍ଟିବାରେ ଲାଗିଛି NCB। ପୁରା ଘଟଣାକୁ ଗୁରୁତର ସହ ନେଇଥିବା ଏନସିବି ଦିଲ୍ଲୀରେ ରହୁଥିବା କିଛି ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଛି। ଆଗକୁ ଅଧିକ ଯାଞ୍ଚ ପାଇଁ ଶାହାରୁଖଙ୍କ ବଙ୍ଗଳା ମନ୍ନତରେ ବି ପଶିପାରେ NCB ଟିମ୍।

Advertisment

ପୁଅର ଆର୍ୟନ୍‌ଙ୍କ ଗିରଫଦାରୀ ପରେ ଶାହାରୁଖ୍ ନିଜ ଫିଲ୍ମ “ପଠାନ୍” ର ସୁଟିଂ ଛାଡ଼ି ସ୍ପେନ୍‌ରୁ ମୁମ୍ବାଇ ଫେରିଛନ୍ତି। ଆର୍ୟନ୍‌ଙ୍କୁ ଜେରା କରାଯିବା ପରେ ଶାହାରୁଖ୍ ପୁଅ ସହ ୨ ମିନିଟ୍ ପାଇଁ କଥା ହୋଇଥିବାର ସୂଚନା ମିଳିଛି। ସେପଟେ ମାଆ ଗୌରୀ ଖାନ୍ ରବିବାର ଠାରୁ ଅନିଦ୍ରା ଓ ବିଚଳିତ ଥିବାବେଳେ ଶାହରୁଖ ମନ୍ନତ ଯାଇ ଗୌରୀଙ୍କୁ ଭେଟିଛନ୍ତି। ମୁନମୁନ୍ ଧାମଚା ଜଣେ ଫ୍ୟାଶନ୍ ମଡେଲର। କୁହାଯ।ଉଛି ଫେଶନ ଡ଼ିଜାଇନିଂ ମାଧ୍ୟମରେ ହିଁ ସେ ବଲିଉଡ଼୍‌ର ବଡ଼ ବଡ଼ ତାରକାଙ୍କ ସହ ସମ୍ପର୍କରେ ଆସିଛନ୍ତି। କାରଣ ସୋସିଆଲ ମିଡ଼ିଆରେ ଅନେକ ସିନେ ତାରକାଙ୍କ ସହ ତାଙ୍କର ଫଟୋ ଦେଖିବାକୁ ମିଳିଛି।

Drugs Case Aryan Khan Custody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ