ଆଶ୍ଚର୍ଯ୍ୟ !! କୋର୍ଟରେ ସାକ୍ଷୀ ଦେଲା ଶୁଆ, ଅଭିଯୁକ୍ତଙ୍କୁ ଦିଆଗଲା ଆଜୀବନ କାରାଦଣ୍ଡ

୨୦୧୪, ଫେବୃଆରୀ ୨୦ରେ ଏକ ପ୍ରମୁଖ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଓ ପତ୍ନୀ ନୀଲମ ଶର୍ମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘରେ ପୁଅ କିମ୍ବା ବୋହୂ ନଥିବା ବେଳେ ଦୁର୍ବୃତ୍ତ ରଚିଥିଲେ ଭୟଙ୍କର କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହୋଇଥିଲା । ଘଟଣାର ତଦନ୍ତ କରି କିଛି ଗୁଣ୍ଡାଙ୍କୁ ବାନ୍ଧିଥିଲା ପୋଲିସ୍‌ । ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ କାରଣରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ

Parrot

News Summary

ଶୁଆ ସାକ୍ଷୀ ଦେଲା

ଦୋଷୀଙ୍କୁ ଜେଲ ହେଲା

କୋର୍ଟରେ ସାକ୍ଷୀ ଦେଲା ଶୁଆ, ଦୋଷୀଙ୍କୁ ହେଲା ଆଜୀବନ କାରାଦଣ୍ଡ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଜଣେ ନୁହେଁ ବରଂ ଦୁଇ ଜଣଙ୍କୁ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ୯ ବର୍ଷ ତଳେ ଆଗ୍ରାରେ ଘଟିଥିଲା ଭୟଙ୍କର ହତ୍ୟାକାଣ୍ଡ । ହତ୍ୟାକାଣ୍ଡକୁ ନେଇ ଖାଲି ଆଗ୍ରାରେ ନୁହେଁ ବରଂ ପୂରା ଦେଶରେ ବଢିଥିଲା ଚର୍ଚ୍ଚା । ହେଲେ କେମିତି ହତ୍ୟାକାଣ୍ଡ ହେଲା ସେନେଇ କିଛି ସୂଚନା ମିଳିନଥିଲା । ହେଲେ ଏବେ କୋର୍ଟରେ ସାକ୍ଷୀ ଦେବାକୁ ପହଞ୍ଚିଲା ପୋଷା ଶୁଆ । ଆଉ କୋର୍ଟ ବି ତାର କଥା ଶୁଣିବା ପରେ ଶୁଣାଇଲେ ରାୟ ।

୨୦୧୪, ଫେବୃଆରୀ ୨୦ରେ ଏକ ପ୍ରମୁଖ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଓ ପତ୍ନୀ ନୀଲମ ଶର୍ମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘରେ ପୁଅ କିମ୍ବା ବୋହୂ ନଥିବା ବେଳେ ଦୁର୍ବୃତ୍ତ ରଚିଥିଲେ ଭୟଙ୍କର କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହୋଇଥିଲା । ଘଟଣାର ତଦନ୍ତ କରି କିଛି ଗୁଣ୍ଡାଙ୍କୁ ବାନ୍ଧିଥିଲା ପୋଲିସ୍‌ । ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ କାରଣରୁ ସେମାନେ ଦୋଷ ସାବ୍ୟସ୍ତ ହୋଇନଥିଲେ ।

 

ହତ୍ୟା ବେଳେ ଘରେ କେହି ନଥିଲେ । କିନ୍ତୁ ଶୁଆ ଥିଲା ଆଉ ହତ୍ୟାର ପୂରା କାହାଣୀ ଦେଖିଥିଲା । ଖାଲି ଦେଖିନଥିଲା ବରଂ ଧୀରେ ଧୀରେ ସମସ୍ତଙ୍କ ନାଁ କହିବାକୁ ଲାଗିଥିଲା । ପରେ ଜଣାପଡ଼ିଥିଲା ନିଜ ପୁତୁରା ହିଁ ହତ୍ୟାର ମାଷ୍ଟର ମାଇଣ୍ଡ । ଶୁଆ କହିବା ପରେ ପୁତୁରାକୁ ଗିରଫ କରିଥିଲା ପୋଲିସ୍‌ । ଆଉ ଏବେ ଶୁଆର ସାକ୍ଷ୍ୟକୁ ଗ୍ରହଣ କରି ଦୋଷୀଙ୍କୁ ଜେଲକୁ ପଠାଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।