Advertisment

ହନୁମାନ ଚାଳିଶା ପାଠ ବିବାଦ ମାମଲା: ଅଲଗା ଅଲଗା ଜେଲ୍‌ ଗଲେ ରାଣା ଦମ୍ପତ୍ତି

ଅଲଗା ଅଲଗା ଜେଲ୍‌ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।

ଅଦ୍ୟତନ ହୋଇଛି
Couple mps mla navneet and ravi rana in different jails arrested for sedition

Couple mps mla navneet and ravi rana in different jails arrested for sedition

Advertisment

ଅଲଗା ଅଲଗା ଜେଲ୍‌ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି । ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ହନୁମାନ ଚାଳିଶା ପାଠ ବିବାଦ ମାମଲାରେ ଗତ ଶନିବାର ଦିନ ସାଂସଦ ଦମ୍ପତ୍ତିଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଥିଲା ।

Advertisment

ରାଣା ଦମ୍ପତିଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍ଆଇଆର୍ ରୁଜୁ କରିବା ସହ ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ଆଣିଛି। ମୁମ୍ବାଇର ଏକ କୋର୍ଟ ଗତକାଲି ରାଣା ଦମ୍ପତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିବାବେଳେ ନବନୀତ୍ ରାଣାଙ୍କୁ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସାଂସଦ ଦମ୍ପତ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ବାସଭବନ 'ମାଟୋଶ୍ରୀ' ବାହାରେ ହନୁମାନ ଚଲିଶା ପାଠ କରିବା ନେଇ ଘୋଷଣା କରିଥିଲେ । ଯେଉଁଥିପାଇଁ ଶିବସେନାର କର୍ମକର୍ତ୍ତାମାନେ କ୍ରୋଧିତ ହେବା ସହ ଦମ୍ପତ୍ତିଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ। ଯାହା ପରେ ମୁମ୍ବାଇ ପୋଲିସ ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ପ୍ରଥମେ ଉଭୟଙ୍କ ବିରୋଧରେ ଅଞ୍ଚଳରେ ଶାନ୍ତି ଭଙ୍ଗ ଓ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ଅଭିଯୋଗରେ ଆଇପିସିର ଧାରା ୧୫୩-ଏ ଲଗାଯାଇଥିଲା।

Advertisment

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ବିଧାୟକ ରବି ରାଣାଙ୍କୁ ପ୍ରଥମେ ଅମ୍ରାବତୀର ବଡନେରାରୁ ଆର୍ଥର ରୋଡ ଜେଲକୁ ନିଆଯାଇଥିଲା।ହେଲେ ସେଠାରେ ଜାଗା ଅଭାବରୁ ତାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।

ରାଣା ଦମ୍ପତ୍ତିଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୫୩ ଏ (ଭିନ୍ନ ଧର୍ମ, ଭାଷା ଆଦି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା), ଧାରା ୩୪ (ସାଧାରଣ ଉଦ୍ଦେଶ୍ୟ) ଓ ମୁମ୍ବାଇ ପୋଲିସ୍ ଅଧିନିୟମର ଧାରା ୧୩୫ (ପୋଲିସ ଦ୍ୱାରା ଲାଗୁ ହୋଇଥିବା ନିଷେଧ ନିୟମକୁ ଉଲ୍ଲଙ୍ଘନ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । କେବଳ ଏତିକି ନୁହେଁ ପରେ ଧାରା ୧୨୪ ଏ (ଦେଶଦ୍ରୋହ)କୁ ମଧ୍ୟ ସାମିଲ କରାଯାଇଛି ।

Advertisment

ସୂଚନା ଅନୁସାରେ, ବିଧାନସଭା ସଦସ୍ୟ ତଥା ବିଧାୟକ ରବି ରାଣା ଏବଂ ତାଙ୍କ ପତ୍ନୀ ତଥା ସାଂସଦ ନବନୀତ୍ ରାଣା ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ । ଏହାସହ ସେ କହିଥିଲେ ନିଜେ ମୁଖ୍ୟମନ୍ତ୍ରୀ ବି ତାଙ୍କୁ ହନୁମାନ ଚାଳିଶା ପାଠ କରିବାରେ ଅଟକାଇ ପାରିବେ ନାହିଁ । ଉଭୟ ରାଣା ଦମ୍ପତ୍ତିଙ୍କ ବୟାନ୍‌ ପରେ ଚର୍ଚ୍ଚା ଜୋର ଧରିଥିଲା । ରାଣା ଦମ୍ପତ୍ତିଙ୍କ ଏହି ଘୋଷଣା ମହଙ୍ଗା ପଡିବା ସହ ତାଙ୍କୁ ସମସ୍ୟା ଘେରରେ ପକାଇଦେଇଛି । ଦମ୍ପତ୍ତିଙ୍କ ଏହି ଘୋଷଣା ପରେ ତାଙ୍କୁ ଶିବଶେନା କର୍ମୀଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡିଥିଲା । ଯାହା ପରେ ଶିବଶେନା କର୍ମୀ ତାଙ୍କ ବାସଭବନ ଘେରାଉ କରିବା ସହ ଘର ଆଗରେ ପ୍ରତିବାଦ କରି ଧାରଣାରେ ବସିଥିଲେ । ଏମିତିକି ପୋଲିସ୍ ଓ ଶିବଶେନା କର୍ମୀମାନେ ମୁହାଁମୁହିଁ ମଧ୍ୟ ହୋଇଥିଲେ ।

Hanuman Chalisa Row Legislator Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ