Advertisment

୫ ରାଜ୍ୟ ନିର୍ବାଚନ ଫଳାଫଳ ଉପରେ ନଜର: କିଏ ଗଢ଼ିବ ସରକାର ? କାହା ସ୍ୱପ୍ନ ହେବ ଚୁର୍‌ମାର୍ ?

ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍‌ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

ଅଦ୍ୟତନ ହୋଇଛି
Election Results 2022

Election Results 2022

Advertisment

ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍‌ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆ ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଭୋଟ୍‌ ଗଣତି ହେବ।

Advertisment

ଉତ୍ତରପ୍ରଦେଶର ସମସ୍ତ ୭୪ଟି ଜିଲ୍ଲାରେ ଗଣତି କେନ୍ଦ୍ର କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ୍ ଭୋଟ୍ ଗଣତି ହେବ। ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ନିର୍ବାଚନ ହୋଇଥିଲା। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

ଉତ୍ତରପ୍ରଦେଶର ୪୦୩ ଆସନରୁ ବିଭିନ୍ନ ସର୍ଭେରେ ମିଳିଥିବା ରିପୋର୍ଟ ଅନୁସାରେ, ପୁଣି ଥରେ ଯୋଗୀ ଆଦିତ୍ୟ ନାଥ ସରକାର ଗଢ଼ିବେ। P-MARQର ଏକଜିଟ୍ ପୋଲ୍‌ରେ ବିଜେପିକୁ ୨୪୦,  ସମାଜବାଦୀ ପାର୍ଟି(ସପା)କୁ ୧୪୦, କଂଗ୍ରେସକୁ ୪ ଏବଂ ଅନ୍ୟ ଦଳକୁ ୧୯ ସିଟ୍ ମିଳିବ। ସେହିପରି NEWS 18 ଏକଜିଟ୍ ପୋଲ୍‌ରେ ବିଜେପି-୨୬୩, ସପା-୧୨୩, କଂଗ୍ରେସ-୫ ଏବଂ ଅନ୍ୟ ଦଳକୁ ୧୫ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଛି। INDIA NEWS ସର୍ଭେରେ ବିଜେପିକୁ ୨୨୨ରୁ ୨୬୦, ସମାଜବାଦୀ ପାର୍ଟିକୁ ୧୩୫ରୁ ୧୬୫, କଂଗ୍ରେସକୁ ୧ରୁ ୩ ଏବଂ ଅନ୍ୟ ଦଳକୁ ୪ରୁ ୯ଟି ଆସନ ମିଳିବ। NEWSX ସର୍ଭେରେ ବିଜେପିକୁ ୨୧୧ରୁ ୨୨୫, ସପାକୁ ୧୪୬ରୁ ୧୬୦, କଂଗ୍ରେସକୁ ୪ରୁ ୬ ଏବଂ ଅନ୍ୟ ଦଳକୁ ୧୪ରୁ ୨୪ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି।

Advertisment

ଜାଣନ୍ତୁ, ୨୦୧୭ ୟୁପି ବିଧାନସଭା ନିର୍ବାଚନ ଫଳାଫଳ କ’ଣ ଥିଲା...

୨୦୧୭ର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଉତ୍ତରପ୍ରଦେଶ (୪୦୩) ଆସନରୁ ବିଜେପିକୁ ୩୧୨ ସିଟ୍ ମିଳିଥିଲା। ଯାହା ମୋଟ୍ ଭୋଟ୍‌ର ୩୯.୬୭%। ସେହିପରି ସମାଜବାଦୀ ପାର୍ଟିକୁ ୪୭ଟି ସିଟ୍ ମିଳିଥିଲା। ଯାହା ମୋଟ୍ ଭୋଟ୍‌ର ୨୧.୮୨%। BSPକୁ ୧୯ ସିଟ୍ ମିଳିଥିଲା, ଯାହା ୨୨.୨% ଭୋଟ୍ ମିଳିଥିଲା। କଂଗ୍ରେସ ଉତ୍ତରପ୍ରଦେଶରେ ଅମାନତ ହରାଇଥିଲା। ମାତ୍ର ୭ଟି ସିଟ୍ ସହ ରାଜ୍ୟରେ ୬.୨୫% ଭୋଟ୍ ସେୟାର ଦଳକୁ ଯାଇଥିଲା। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୧୮ଟି ସିଟ୍ ହାତେଇ ଥିଲେ।

Assembly Elections 2022 Election Results 2022 Assembly Election Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ