corona Update
ଚିନ୍ତା ବଢ଼ାଉଛି ଦିଲ୍ଲୀ । ଦିଲ୍ଲୀରେ କରୋନାର ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିଲ୍ଲୀରେ ୬ ଶହରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ହେଲେ ଆଶ୍ୱସ୍ତିର ବିଷୟ ସଂକ୍ରମଣ ଦର ହ୍ରାସ ପାଇଛି ।
ଗତକାଲି ଦିଲ୍ଲୀରେ ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୭.୭୨ରୁ ୪.୪୨କୁ ଖସି ଆସିଛି । କରୋନାରେ କାହାରି ମୃତ୍ୟୁ ହୋଇନାହିଁ ସେହିପରି ମୁମ୍ବାଇରେ ଗତକାଲି ୮୫ ନୂଆ କେସ୍ ସାମ୍ନାକୁ ଆସିଛି । ମାର୍ଚ୍ଚ ୩ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ ମାମଲା ହୋଇଥିବା ଜଣାପଡିଛି ।
ତେବେ ସାରା ଦେଶରେ ସଂକ୍ରମଣ ହାର ପୂର୍ବ ଦିନ ଅପେକ୍ଷା ସାମାନ୍ୟ କମିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ହଜାର ୨୪୭ ମାମଲା ସାମ୍ନାକୁ ଆସିଛି । ଦେଶରେ ଏବେ ୧୧ ହଜାର ୮୬୦ ଆକ୍ଟିଭ୍ କେସ ରହିଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650422189.jpg)