Advertisment

ଟେନ୍‌ସନ୍‌ ବଢ଼ାଉଛି କରୋନା, ଦିନକରେ ୨ ହଜାର ଉପରେ ଆକ୍ରାନ୍ତ

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Corona Increased In Delhi

Corona Increased In Delhi

Advertisment

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୬ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଏହା ପୂର୍ବରୁ ଫେବୃଆରୀ ୩ରେ ସର୍ବାଧିକ ଦୈନିକ ସଂକ୍ରମଣ ୨,୬୬୮ କେସ୍‌ ଚିହ୍ନଟ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୧୨.୯୫% ହୋଇଛି।

Advertisment

ଏହା ପୂର୍ବରୁ ଜାନୁଆରୀ ୨୩ରେ ଦିଲ୍ଲୀରେ ସଂକ୍ରମଣ ହାର ୧୩.୩୨% ଥିଲା। ସେହିପରି ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଗତ ବୁଧବାର ଦିଲ୍ଲୀରେ ୨,୦୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ପଜିଟିଭିଟି ରେଟ୍‌ ୧୧.୬୪% ଥିଲା। ଲଗାତାର ତୃତୀୟ ଦିନ ପାଇଁ ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୧୦%ରୁ ଅଧିକ ରେକର୍ଡ କରାଯାଇଥିଲା। 

ସେହିପରି ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୭,୮୧୫ କରୋନା ଟେଷ୍ଟ୍‌ କରାଯାଇଥିବା ବେଳେ ୧,୪୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୧ ସପ୍ତାହରେ ଦିଲ୍ଲୀରେ କରୋନା କେସ୍‌ ଓ ପଜିଟିଭିଟି ରେଟ୍‌ ଉପର ମୁହାଁ ଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ବି କରୋନା କେସ୍‌ ସଂଖ୍ୟା ବଢ଼ିଛି। ମହାରାଷ୍ଟ୍ରରେ ୧,୯୩୨ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। 

Advertisment
Coronavirus COVID19 Corona Cases In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ