Advertisment

ବିଶ୍ବରେ ସବୁଠୁ ଅଧିକ ଦାନ କରିଥିବା ବ୍ୟକ୍ତି ହେଉଛନ୍ତି ରତନ... !

ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ ।

ଅଦ୍ୟତନ ହୋଇଛି
largest international donor Ratan Tata

largest international donor Ratan Tata

Advertisment

ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍‌କୁ ବିଶ୍ବରେ ପରିଚିତ କରିବା‌ରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ । ନିଜ ଲାଭର ୬୫ ପ୍ରତିଶତ ଦାନ କରୁଥିଲେ । ବଡ଼ କଥା ହେଉଛି ସେ ବିଶ୍ବରେ ସବୁଠାରୁ ଅଧିକ ଦାନ ମଧ୍ୟ କରିଛନ୍ତି । ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ।  

Advertisment

୨୧ ବର୍ଷ ଧରି ଟାଟା ଗ୍ରୁପ୍‌କୁ ସମ୍ଭାଳିଥିଲେ ରତନ ଟାଟା । କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରି ଟାଟା ଗ୍ରୁପର ଆର୍ଥିକ ସ୍ଥିତି ୫୦ ଗୁଣା ବଢ଼ାଇଥିଲେ । ୧୯୯୮ରେ ସେତେବେଳେ ଦେଶର ସବୁଠୁ ଛୋଟ ଗାଡ଼ି ଟାଟା ଇଣ୍ଡିକା ଭେଟିଦେଇଥିଲେ । 

୨୦୦୮ ଡ୍ରିମ୍ ପ୍ରୋଜେକ୍ଟ ଟାଟା ନାନୋ, ଲକ୍ଷେ ଟଙ୍କିଆ କାର୍ ଭେଟି ଦେଇଥିଲେ । ବିଶ୍ବର ସବୁଠୁ ଶସ୍ତା କାର୍‌ ‘ନାନୋ’ ଥିଲା ତାଙ୍କ ମାନସସନ୍ତାନ। ଲକ୍ଷେ ଟଙ୍କାରେ ଭାରତୀୟ ପରିବାରର କାର୍‌ ସ୍ବପ୍ନ ପୂରଣ କରିବାକୁ ସେ କାମ କରିଥିଲେ। ନାନୋ ସମ୍ପର୍କରେ ଟାଟା କହିଥିଲେ ଯେ ଯେତେବେଳେ ମୁଁ ଏହି କାର୍‌ର ଡିଜାଇନ୍ କଥା ଚିନ୍ତା କରିଥିଲି ସେତେବେଳେ ମୋ ମନରେ ଭାରତୀୟ ପରିବାରର ଛବି ଭାସି ଉଠୁଥିଲା। ମୋଟରସାଇକଲ୍‌ରେ ଚାରି ଜଣ ହୋଇ ଯାତ୍ରା କରୁଥିବା ଭାରତୀୟ ପରିବାର କିଭଳି କାର୍‌ରେ ଯାଇପାରିବେ ତାହାକୁ ନେଇ ମୁଁ ନାନୋ ବିକାଶ କରିବାକୁ ଚାହୁଥିଲି। ମୁଁ ସେମାନଙ୍କ ଲାଗି ଏକ ସୁରକ୍ଷିତ କାର୍‌ ତିଆରି କରିବାକୁ ଚାହୁଥିଲି। ତାଙ୍କର ସେହି ଭାବନାରୁ ସେ ଭାରତୀୟ ସାଧାରଣ ଜନତାଙ୍କ କଥା କେତେ ଚିନ୍ତା କରୁଥିଲେ ତାହା ଜଣାପଡ଼ୁଛି।

Advertisment

 ୨୦୦୮ରେ ଜାଗୁଆର-land roverକୁ ଅକ୍ତିଆର କରିଥିଲେ ମଧ୍ୟ ଟାଟା । ୨୦୦୦ ମସିହାରେ ବିଶ୍ଵର ବଡ଼ ଚାହା କମ୍ପାନୀ tetleyକୁ ଟାଟା ସହ ମିଶ୍ରଣ ମଧ୍ୟ କରିଥିଲେ । ଫଳରେ ଟାଟା ବିଶ୍ବର ଦ୍ଵିତୀୟ ବଡ଼ ଚାହା ଉତ୍ପାଦନକାରୀ ହୋଇ ପାରିଥିଲା । ୨୦୨୨ରେ କ୍ଷତି ସହୁଥିବା ଏୟାର ଇଣ୍ଡିଆକୁ ଅକ୍ତିଆର କରବା ପରେ ଏୟାର ଇଣ୍ଡିଆ ନିଜ ପରିଚୟ ଫେରି ପାଇଥିଲା। ମୁମ୍ବାଇରେ ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ ମଧ୍ୟ ସେ କରିଛନ୍ତି । 

Ratan Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ