Advertisment

କ’ଣ ଏମିତି ବି ହୋଇପାରେ ? ଥାନାରେ ରଖିଥିବା ଡ୍ରଗ୍ସକୁ ଖାଇଗଲା ମୂଷା !

୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍‌ କହିଛି।

ଅଦ୍ୟତନ ହୋଇଛି
Rats ate 500kg Marijuana

Cops Tells Rats Ate Marijuana Worth Rs 60 lakh

Advertisment

୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍‌ କହିଛି। ୫୦୦ରୁ ଅଧିକ କିଲୋ ମାରିଜୁଆନାକୁ ମୂଷା ଖାଇ ଦେଇଥିବା ମଥୁରା ପୋଲିସ୍‌ ଏକ ରିପୋର୍ଟରେ ଉଲ୍ଲେଖ କରି ସ୍ପେଶାଲ୍‌ କୋର୍ଟଙ୍କୁ ପ୍ରଦାନ କରିଛି। ଶେରଗଡ଼ ଆଣ୍ଡ୍‌ ହାଇୱେ ପୋଲିସ୍‌ ଷ୍ଟେସନରେ ୫୦୦ରୁ ଅଧିକ କିଲୋ ମାରିଜୁଆନା ଜବତ କରାଯାଇ ଗୋଦାମ ଘରେ ରଖାଯାଇଥିଲା। ତେବେ ଏସବୁକୁ ମୂଷା ଖାଇ ଦେଇଥିବା ପୋଲିସ୍‌ କହିଛି। 

Advertisment

ଚଳିତ ବର୍ଷ ପ୍ରାରମ୍ଭରେ NDPS ଆକ୍ଟ ଅନୁଯାୟୀ, ଜବତ ମାରିଜୁଆନାକୁ ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ରିପୋର୍ଟ ପ୍ରଦାନ କରିବାକୁ ମଥୁରା ପୋଲିସ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୋଲିସ୍‌ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ଏଭଳି ଅଜବ ଦାବି ଉଲ୍ଲେଖ କରାଯାଇଥିଲା। ଏହା ଶୁଣିବା ପରେ ‘ମୂଷାଙ୍କ ଦୌରାତ୍ମ୍ୟ’କୁ କିଭଳି ରୋକାଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲା ଜଜ୍, SSP ମଥୁରା ଅଭିଷେକ ଯାଦବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପ୍ରକୃତରେ ଯଦି ମୂଷାମାନେ ୫୮୧ କିଲୋର(ଯାହାର ମୂଳ୍ୟ ୬୦ ଲକ୍ଷ ଟଙ୍କା) ମାରିଜୁଆନା ଖାଇଛନ୍ତି, ତା’ର ପ୍ରମାଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ୍ ଷ୍ଟେସନରେ ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ରଖାଯାଇଥିବା ଜିନିଷ ସବୁ ମୂଷାମାନେ ଖାଇ ଦେଉଛନ୍ତି। ଅଧିକାରୀମାନଙ୍କ ଦ୍ୱାରା ଏତେ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଥିଲା ବୋଲି କୋର୍ଟଙ୍କୁ ଓକିଲ ଜଣାଇଥିଲେ। ଓକିଲଙ୍କ କୋର୍ଟଙ୍କୁ ଜଣାଇଥିଲେ ଯେ, ଯେଉଁଠି ସବୁ ଜବତ ଜିନିଷ ରଖାଯାଉଛି, ସେହିସବୁ ସ୍ଥାନରେ ଜିନିଷ ସବୁର ସୁରକ୍ଷା କରିବା ପୋଲିସ୍‌ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ତେବେ ହୋଇଥିବା ଏଭଳି ଦାବି ସମ୍ପର୍କରେ ପ୍ରମାଣ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ନଭେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ସରକାରୀ ଓକିଲଙ୍କ କହିବା ଅନୁସାରେ, ଜବତ ହୋଇଥିବା ମାରିଜୁଆନାର ୧୯୫ କିଲୋକୁ ମୂଷାମାନେ ନଷ୍ଟ କରି ଦେଇଛନ୍ତି। 

Advertisment

ସୂଚନାଥାଉ କି, ୨୦୨୨ ମସିହା ମେ’ରେ ଟ୍ରକ୍‌ରେ ମାରିଜୁଆନା ଚାଲାଣ ବେଳେ ୩ ଜଣ ବ୍ୟକ୍ତି ମଥୁରାରୁ ଗିରଫ ହୋଇଥିଲେ। ଶେରଗଡ଼ ଅଞ୍ଚଳର ଜତ୍‌ୱାରି ଗାଁରେ ୩୮୬ କିଲୋ ମାରିଜୁଆନା ନେଇ ଯାଉଥିବା ଟ୍ରକ୍‌କୁ ଅଟକା ଯାଇଥିଲା। ଏହାପରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। 

Drugs Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ