Advertisment

ରନ୍ଧନ ଗ୍ୟାସ୍ ବୁକିଂରେ ‘ତତ୍କାଳ ସେବା’; ୨ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍ ସିଲିଣ୍ଡର

ଆଉ ଦିନେ କି ଦୁଇ ଦିନ ଅପେକ୍ଷା କରିବାକୁ ପଡିବନି। ଗ୍ୟାସ ବୁକିଂ କରିବାର ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଂଚିଯିବ ଫୁଲ୍ ଗ୍ୟାସ୍ ସିଲିଣ୍ଡର। ଜାଣନ୍ତୁ କିଏ କାହିଁକି କରିଛି ଏମିତି ନିୟମ...

special report

special report

Advertisment

ଗ୍ୟାସ୍ ସିଲିଣ୍ଡର ବୁକିଂ ଚିନ୍ତା ଗଲା। ଏବେ ଗ୍ୟାସ୍ ସିଲିଣ୍ଡର ପାଇଁ ପୂର୍ବରୁ ଆଉ ବୁକିଂ କରିବାକୁ ପଡ଼ିବ ନାହିଁ।ଏମିତିକି ବୁକିଂ କରି ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଖାଇବା ଅର୍ଡର କରିବା ଭଳି ଚୁଟକିରେ ଆପଣ ବି ରୋଷେଇ ଗ୍ୟାସକୁ ମଧ୍ୟ ଅର୍ଡର କରି ପାରିବେ। ଅର୍ଡର କରିବାର କିଛି ସମୟ ପରେ ଘରେ ଆସି ପହଞ୍ଚିଯିବ ଗ୍ୟାସ ସିଲିଣ୍ଡର।

Advertisment

ଯଦି ଆପଣ ଇଣ୍ଡେନ୍ ଗ୍ୟାସର ଗ୍ରାହକ, ତେବେ ଏହି ସୁବିଧା ଆପଣ ପାଇ ପାରିବେ। ମାତ୍ର ୨ ଘଣ୍ଟାରେ ଗ୍ୟାସ୍ ସିଲିଣ୍ଡର ଘରେ ପହଞ୍ଚାଇବାର ସେବା ଆରମ୍ଭ କରି ଦେଇଛି ପ୍ରମୁଖ ଗ୍ୟାସ ବିତରଣ କଂପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ୍। ଯେଉଁ ଉପଭୋକ୍ତାମାନେ ଗ୍ୟାସ୍ ବୁକିଂ କରିବା ପରେ ଲମ୍ବା ସମୟ ଧରି ଅପେକ୍ଷା କରି ରହୁଥିଲେ, ସେମାନେ ଏହି ସେବାର ଭରପୂର ଫାଇଦା ଉଠାଇ ପାରିବେ। ଟ୍ୱିଟ୍ କରି ଆଇଓସିଏଲ ଏମିତି ସୂଚନା ଦେଇ କହିଛି, ଆଇଓସିଏଲର ଏହି ସରଳ ଓ ସୁବିଧା ସେବା ଦ୍ୱାରା ପାଖାପାଖି ଦେଶର ୩୦ କୋଟି ଉପଭୋକ୍ତା ଉପକୃତ ହୋଇପାରିବେ।

ଗ୍ରାହକଙ୍କ ସୁବିଧା ପାଇଁ ଇଣ୍ଡେନ୍ ଏହି ସେବାର ନାଁ ଦେଇଛି ‘ତତ୍କାଳ ସେବା’। ପ୍ରଥମେ ହାଇଦ୍ରାବାଦ ଏବଂ ଅନ୍ୟ କିଛି ପ୍ରମୁଖ ସହରରେ ଏହି ସୁବିଧା ମିଳିବା ଆରମ୍ଭ ହୋଇଯାଇଛି। ଆଗକୁ ଏହି ସେବା ସମସ୍ତ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ଜଣେ ଗ୍ରାହକ ଗ୍ୟାସ୍ ବୁକିଂର ସୁବିଧା ମଧ୍ୟ ନେଇ ପାରିବେ।

Advertisment

ଗତ ବର୍ଷ ଇଣ୍ଡିଆନ ଅଏଲ ପକ୍ଷରୁ ରିଫିଲିଂ ବୁକିଂ ପାଇଁ ମିସଡ୍ କଲ ସୁବିଧା ଆରମ୍ଭ ହୋଇଥିଲା। ଯେଉଁଥିରେ ଗ୍ରାହକ ସହଜରେ ସିଲିଣ୍ଡର ଏବଂ ନୂଆ ଏଲପିଜି ସଂଯୋଗ ପାଇଁ ପଞ୍ଜିକରଣ କରି ପାରୁଛନ୍ତି।

Gas Booking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ