Advertisment

Convict Released After 25 Years:୨୫ ବର୍ଷ ଜେଲରେ ଥିବା ବାଳ ଅପରାଧୀକୁ ମୁକ୍ତ କଲେ ସୁପ୍ରିମକୋର୍ଟ, ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ

୨୦୦୧ ମସିହାରେ ଏକ ହତ୍ୟା ମାମଲାରେ ଜଣେ୧୪ ବର୍ଷୀୟ ବାଳକ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ମୃତ୍ୟୁଦଣ୍ଡ ମିଳିଥିଲା । ତେବେ ଜଣେ ବାଳ ଅପରାଧୀ ଭାବେ ତା'ର ଯୁକ୍ତିକୁ କୋର୍ଟ ଏପରିକି ସୁପ୍ରିମକୋର୍ଟ ପୂର୍ବରୁ ଅଣଦେଖା କରିଥିଲେ । ସୁପ୍ରିମକୋର୍ଟ ଏହି ମତ ଦେବା ସହ ୨୫ ବର୍ଷ ଧରି ଜେଲରେ ଥିବା ଏହି ଅପରାଧୀକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ତାକୁ ଥଇଥାନ କରିବାକୁ ମଧ୍ୟ କହିଛନ୍ତି ।

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Advertisment

ଦୀର୍ଘ ୨୫ ବର୍ଷ ଧରି ଜେଲରେ ରହିବା ପରେ ଶେଷରେ ମୁକ୍ତ ହୋଇଛି ଜଣେ ଅପରାଧୀ। ୧୪ ବର୍ଷ ବୟସରେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ବେଳେ ୨୫ ବର୍ଷ ଧରି ଜେଲରେ ରହି ଏବେ ମୁକ୍ତ ହୋଇଛି । ଏହା ସହିତ ତଳ କୋର୍ଟରୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ସବୁ କୋର୍ଟରେ ଏହି ବାଳ ଅପରାଧୀ ପ୍ରତି ଅନ୍ୟାୟ ହୋଇଥିବା ସୁପ୍ରିମକୋର୍ଟ କହିଛନ୍ତି ।  ୧୪ ବର୍ଷ ବୟସରେ ଅପରାଧ ଘଟାଇଥିବାରୁ  ବାଳ ଅପରାଧୀ (ଜୁଭେନାଇଲ) ଭାବେ ବିବେଚନା କରାଯିବା ଉଚିତ ଥିଲା ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ତେବେ ଅତୀତରେ ସମସ୍ତ କୋର୍ଟ ଏହି ଅପରାଧୀର ଜୁଭେନାଇଲ ଭାବେ ଦର୍ଶାଇଥିବା ଯୁକ୍ତିକୁ ଅଗ୍ରାହ୍ୟ କରିଥିଲେ।

Advertisment

୨୦୦୧ ମସିହାରେ ଏକ ହତ୍ୟା ମାମଲାରେ ୧୪ ବର୍ଷୀୟ ବାଳକ ଜଣଙ୍କୁ ଗିରଫ କରାଯାଇଥିଲା। ତଳ କୋର୍ଟରେ ମାମଲାର ବିଚାର ହୋଇଥିବା ବେଳେ ନାବାଳକ ବା ଜୁଭେନାଇଲ୍ ଭାବେ କରିଥିବା କେତେକ ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ବୟସ ସଂପର୍କରେ ବ୍ୟାଙ୍କ ଆକାଉଣ୍ଟ ପ୍ରମାଣ ଦାଖଲ କରାଯାଇଥିଲେ ମଧ୍ୟ ତଳ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସ୍କୁଲ ସାର୍ଟିଫିକେଟ ଦାଖଲ କରାଯାଇଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ଏପରିକି ରିଭ୍ୟୁ ଓ କ୍ୟୁରେଟିଭ ପିଟିସନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।

ବିଚାର କରି କୋର୍ଟ ହତ୍ୟା ମାମଲାରେ ଏହି ଯୁବକକୁ ମୃତ୍ୟୁ ଦଣ୍ଡ ଦେଇଥିଲେ । ମୃତ୍ୟୁ ଅପେକ୍ଷାରେ ରହିଥିବା ବାଳକ ଜଣଙ୍କ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ନିକଟରେ ଦୟା ଯାଚିକା (mercy petition) ଦାଖଲ କରିଥିଲା। ରାଜ୍ୟପାଳ ଯାଚିକା ଖାରଜ କରିବା ପରେ ପୁନର୍ବାର ରାଷ୍ଟ୍ରପତିଙ୍କ ଦ୍ବାରସ୍ଥ ହୋଇଥିଲା ଯୁବକ। ୨୦୧୨ରେ ରାଷ୍ଟ୍ରପତି ରାଜକ୍ଷମା ପ୍ରଦାନ କରିଥିବା ବେଳ ୬୦ ବର୍ଷ ହେବା ପୂର୍ବରୁ ତାକୁ ଛାଡ କରାଯିବ ନାହିଁ ବୋଲି ସର୍ତ୍ତ ରଖିଥିଲେ। ଯୁବକର ମା’ ରାଜକ୍ଷମାରେ ଅସନ୍ତୋଷ ପ୍ରକାଶ କରିବା ସହିତ ଜଣେ ସାମାଜିକ କର୍ମୀଙ୍କ ସହଯୋଗରେ ପୁନର୍ବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁନର୍ବାର ସମସ୍ତ ପ୍ରକାରର ବୟସଗତ ପ୍ରମାଣ ଦାଖଲ କରିବା ପାଇଁ ପଡିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୀରଟ ଜେଲରେ ଥିବା ଅଭିଯୁକ୍ତର ବୟସ ଜାଣିବା ପାଇଁ ମେଡିକାଲ ଟେଷ୍ଟ କରାଯାଇଥିଲା। ମେଡିକାଲ ପରୀକ୍ଷଣରୁ ତାକୁ ୧୪ ବର୍ଷ ହୋଇଥିବା ସ୍ପଷ୍ଟ ହୋଇଥିଲା।

Advertisment

ଜଷ୍ଟିସ ଏମ ଏମ ସୁନ୍ଦରେଶ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଯୁବକଙ୍କ ପ୍ରତି ହେଇଥିବା ଅନ୍ୟାୟକୁ ସ୍ବୀକାର କରିଥିଲେ। ସମସ୍ତ ସ୍ତରରେ କୋର୍ଟଙ୍କ ଦ୍ବାରା ଯୁବକଙ୍କ ଯୁକ୍ତିକୁ ଅଣଦେଖା କରିଥିଲେ । ତା' ପ୍ରତି  ଅନ୍ୟାୟ ହୋଇଥିବା ଖଣ୍ଡପୀଠ ସ୍ବୀକାର କରିଥିଲେ। ଜୁଭେନାଇଲ କୋର୍ଟ ଗୁଡିକ ବାଳ ଅପରାଧୀଙ୍କୁ କିଭଳି ବଦଳାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବ, ତା' ଉପରେ ଧ୍ୟାନ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ ।  କେବଳ ଦଣ୍ଡ ଦେବା ଜୁଭେନାଇଲ୍ କୋର୍ଟର ଲକ୍ଷ୍ୟ ନ ହେଉ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ଏହି ବାଳ ଅପରାଧୀର ବ୍ୟବହାର ଜେଲରେ କିଛି ଖରାପ ନଥିଲା ଓ ତା' ବିରୋଧରେ କୌଣସି ନେଗେଟିଭ ରିପୋର୍ଟ ନାହିଁ ।  ବିତି ଯାଇଥିବା ସମୟ ଆଉ ଫେରିବ ନାହିଁ । ଆଗରୁ ଏହି ଅପରାଧୀକୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ସୁଯୋଗ ଦିଆଯିବାର ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ବାଳ ଅପରାଧୀକୁ କିଭଳି ଥଇଥାନ କରାଯାଇପାରିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ଉତ୍ତରାଖଣ୍ଡ ଲିଗାଲ ସର୍ଭିସେସ ଅଥରିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି ।

Supreme Court Uttarakhand Juvenile Crimes Rehabilitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ