Twitter New CEO Parag Agrawal
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ ହୋଇଛନ୍ତି। ଚିଫ୍ ଟେକ୍ନୋଲୋଜି ଅଫିସର ଥିବା ପରାଗଙ୍କୁ ଟ୍ୱିଟର ଗ୍ରୁପ୍ର CEO ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଜ୍ୟାକ୍ ଡୋର୍ସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି।
ପରାଗ ଆଇଆଇଟି ବମ୍ବେରୁ ଗ୍ରାଜୁଏସନ୍ ଓ ଷ୍ଟାନଫୋ଼ର୍ଡ ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ୍ଡି କରିଛନ୍ତି। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ ରିସର୍ଚ୍ଚ ଇଣ୍ଟର୍ଣ୍ଣଶିପ୍ ଭାବେ କାମ କରିଥିଲେ।
ତେବେ ଟ୍ୱିଟରର ନୂଆ ସିଇଓ ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ପରାଗ ଅଗ୍ରୱାଲ ବିବାଦ ଘେରକୁ ଆସିଛନ୍ତି। ପରାଗଙ୍କ ଏକ ପୁରୁଣା ଟ୍ୱିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୨୦୧୦, ଅକ୍ଟୋବର ୨୬ରେ ସେ ଏହି ଟ୍ୱିଟ୍ କରିଥିଲେ। ଯେଉଁ ସମୟରେ ପରାଗ ଏହି ଟ୍ୱିଟ୍ ପୋଷ୍ଟ କରିଥିଲେ ସେହି ସମୟରେ ସେ ଟ୍ୱିଟରରେ ଯୋଗ ଦେଇନଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ଯଦି ସେମାନେ ମୁସଲମାନ ଏବଂ ଚରମପନ୍ଥୀଙ୍କ ମଧ୍ୟରେ କୌଣସି ଭିନ୍ନତା ଦେଖୁ ନାହାନ୍ତି, ତା’ହେଲେ ମୁଁ କାହିଁକି ଗୋରା ଏବଂ କଳାଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବି ?’ ପରାଗ ନିଜ ଟ୍ୱିଟ୍ରେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେ କେବଳ ଆସିଫ ମାଣ୍ତଭିଙ୍କ ପଂକ୍ତିକୁ ଶେଆର କରିଛନ୍ତି। ପରାଗଙ୍କ ଏହି ପୁରୁଣା ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି।
Parag Agrawal Old Tweet Viral ଅନ୍ୟପକ୍ଷେ, ଟ୍ୱିଟର CEO ପଦରୁ ଇସ୍ତଫା ଦେବା ପରେ ଜ୍ୟାକ୍ ଡୋର୍ସେ ଏନେଇ ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଟ୍ୱିଟ୍ ସହ ସେ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି। ୧୬ ବର୍ଷ କମ୍ପାନୀ ସହ ରହିବା ପରେ ଏବେ ସେ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ସିଇଓ ହେବାକୁ ଯାଉଥିବା ପରାଗ ଅଗ୍ରୱାଲଙ୍କ ଉପରେ ସେ ବିଶ୍ୱାସ ପ୍ରକଟ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us