ଧାର୍ମିକ ପୋଷ୍ଟରରେ ଲାଗିଲା ପର୍ଣ୍ଣଷ୍ଟାରଙ୍କ ଫଟୋ, ଚାରିଆଡ଼େ ବିବାଦ

‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।

Religious Festival Hoarding

ପୋଷ୍ଟରକୁ ନେଇ ବିବାଦ । ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ଧାର୍ମିକ ପର୍ବ ପାଇଁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଧାର୍ମିକ ପର୍ବ ପାଇଁ ଲଗାଯାଇଥିବା ହୋର୍ଡିଂରେ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖଲିଫାଙ୍କ ଫଟୋ ଲାଗିଥିଲା । ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।

ସାଧାରଣତଃ ତାମିଲନାଡ଼ୁର ପ୍ରତ୍ୟେକ ଗାଁରେ ଏହି ଉତ୍ସବ ଭବ୍ୟ ଭାବରେ ପାଳନ ହୋଇଥାଏ । ଏହି ଉତ୍ସବରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି । ଏହି ଭବ୍ୟ ଉତ୍ସବ ପାଇଁ କୁରୁଭିମଲାଇର ନାଗାଥାମନ୍ ଏବଂ ସୋଲିୟମନ୍ ମନ୍ଦିରରେ ଆଲୋକମାଳା ସହିତ ହୋର୍ଡିଂ ଲଗାଯାଇଥିଲା । ତେବେ ଲାଗିଥିବା ଏକ ହୋର୍ଡିଂରେ ଠାକୁରଙ୍କ ଫଟୋ ସହିତ ପର୍ଣ୍ଣଷ୍ଟାର ମିଆ ଖଲିଫାଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।

ତେବେ ହୋର୍ଡିଂରେ ଲାଗିଥିବା ଫଟୋରେ ମିଆ ଖଲିଫାଙ୍କ ଯେଉଁ ଫଟୋ ଲାଗିଥିଲା ସେଥିରେ ସେ ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ବିବାଦୀୟ ପୋଷ୍ଟରକୁ ନେଇ କାଞ୍ଚିପୁରମ ଅଞ୍ଚଳରେ ବିବାଦ ଦେଖାଦେଇଛି । ତେବେ ହୋର୍ଡିଂର ମିଆ ଖଲିଫାଙ୍କ ଫଟୋ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ କାଢ଼ି ଦେଇଥିଲା ।