ଭାରତ ଯୋଡ଼ ଯାତ୍ରା ନାଁରେ କଂଗ୍ରେସ କର୍ମୀଙ୍କ ଉତ୍ପାତ : ଚାନ୍ଦା ଦାବି କରି ପରିବା ଦୋକାନୀ ସହ ମାରପିଟ୍‌

ପରିବା ଦୋକାନୀ ସହ ମାରପିଟ୍‌ ଭିଡିଓ ଭାଇରାଲ୍

ଭାରତ ଯୋଡ ଯାତ୍ରା ନାଁରେ କଂଗ୍ରେସ କର୍ମୀଙ୍କ ଦାଦାଗିରି

ଭାରତ ଯୋଡ଼ ଯାତ୍ରା ନାଁରେ କଂଗ୍ରେସ କର୍ମୀଙ୍କ ଦାଦାଗିରି । ପୂର୍ବରୁ ପକେଟମାର ଗ୍ୟାଙ୍ଗ ପାଇଁ ଅପଦସ୍ତ ହୋଇଥିବା ରାହୁଲ ଗାନ୍ଧି ପୁଣି ବିବାଦ ଘେରକୁ ଆସିଛନ୍ତି । ‘ଭାରତ ଯୋଡ’ ଯାତ୍ରାରେ କଂଗ୍ରେସ କର୍ମୀମାନେ ଜୋରଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । କେରଳର କୋଲ୍ଲମ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ଜଣେ ପରିବା ଦୋକାନୀକୁ ଚାନ୍ଦା ମାଗିବା ସହ ମାରପିଟ୍‌ କରିଛନ୍ତି କଂଗ୍ରେସ କର୍ମୀ ।

କୋଲ୍ଲମ ଜିଲ୍ଲାରେ ଜଣେ ପରିବା ଦୋକାନୀଙ୍କୁ କଂଗ୍ରେସ କର୍ମୀମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଭାରତ ଯୋଡୋ ଅଭିଯାନ ପାଇଁ କଂଗ୍ରେସ ପାଣ୍ଠି ସଂଗ୍ରହ କରୁଥିବା ପରିବାର ଦୋକାନୀ ଜଣକ ଅଭିଯୋଗ କରିଛନ୍ତି । ଏଥିପାଇଁ ଦୁଇ ହଜାର ଟଙ୍କା ଚାନ୍ଦା ମାଗିଥିବା ସେ କହିଛନ୍ତି । ଟଙ୍କା ନ ଦେବାରୁ ତାଙ୍କୁ ମାଡ଼ ବି ମାରିଛନ୍ତି  । ଏପରିକି ତାଙ୍କ ଓଜନ ମେସିନ୍‌ ଓ ପନିପରିବା ଫିଙ୍ଗାଫୋପଡ଼ା ମଧ୍ୟ କରିଛନ୍ତି କଂଗ୍ରେସ କର୍ମୀ । ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ପୋଲିସ ମଧ୍ୟ ଏକଥାକୁ ସ୍ୱୀକାର କରିଛି । ଜଣେ ସ୍ଥାନୀୟ କଂଗ୍ରେସ କର୍ମୀ ପରିବା ଦୋକାନୀଙ୍କୁ ଚାନ୍ଦା ସ୍ୱରୂପ ଦୁଇ ହଜାର ଟଙ୍କା ମାଗିଥିଲେ । ହେଲେ ପରିବା ଦୋକାନୀ ଜଣକ ନିଜ ଅସହାୟତା ପ୍ରକାଶ କରି କେବଳ ୫୦୦ ଟଙ୍କା ଦେଇପାରିବେ ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ରାଗରେ କର୍ମୀ ଜଣକ ଏପରି କାଣ୍ଡ ଭିଆଇଛନ୍ତି ।

ବର୍ତ୍ତମାନ ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପନିପରିବା ବିକ୍ରେତାଙ୍କୁ ଆକ୍ରମଣ ଅଭିଯୋଗରେ ରାଜ୍ୟ କଂଗ୍ରେସ ସଭାପତି କେ ସୁଧାକରନ୍ ଦଳର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଏ ସମ୍ପର୍କରେ ସେ ଏକ ଟୁଇଟ୍ ମଧ୍ୟ କରିଛନ୍ତି ।