Rahul Gandhi
ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, ଟ୍ୱିଟର କଂଗ୍ରେସର ୫ ହଜାରରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦେଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଦଳର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ସହ ସାଧାରଣ ସମ୍ପାଦର ରଣଦୀବ ସୂର୍ଯ୍ୟେୱାଲା
କେସି ଭେନୁଗୋପାଲ, ଅଜୟ ମାକେନ୍, ଲୋକସଭାରେ ଦଳର ମୁଖ୍ୟ ସଚେତକ୦ ମାଣିକମ୍ ଟାଗୋରଙ୍କ ଆକାଉଣ୍ଟ ଟ୍ୱିଟରରେ ଲକ୍ ହୋଇଛି। ଏହି ସବୁ ନେତା ଟ୍ୱିଟ୍ର ନିୟମ ମାନିନଥିବାରୁ ଟ୍ୱିଟର ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। କେବଳ ଏତିକି ନୁହେଁ ବରଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଲକ୍ ହୋଇଛି। କଂଗ୍ରେର କହିବା ଅନୁଯାୟୀ, ପାଖାପାଖି ୫୦୦୦ ରୁ ଅଧିକ ନେତାଙ୍କ ଆକାଉଣ୍ଟକୁ 'ଲକ୍' କରାଯାଇଛି। ତେଣୁ ବର୍ତ୍ତମାନ ସମୟରେ ଏହି ଆକାଉଣ୍ଟରୁ କୌଣସି ତଥ୍ୟ କିମ୍ବା କିଛି ସୂଚନା ପୋଷ୍ଟ କରାଯାଇପାରିବ ନାହିଁ।
ଟ୍ୱିଟରର ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ସରକାର ଏବଂ ଟ୍ୱିଟର ଉପରେ ପ୍ରବଳ ବର୍ଷିଛନ୍ତି। ରାହୁଲ କହିଛନ୍ତି ଯେ ଟ୍ୱିଟରର କାର୍ଯ୍ୟକଳାପ ଦର୍ଶାଉଛି ଯେ ସେମାନେ ଏକ ନିରପେକ୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହଁନ୍ତି। ସେମାନେ ସରକାରଙ୍କ ଚାପରେ କାର୍ଯ୍ୟ କରୁଛନ୍ତି।
Also Read
ଏମିତି କି ରାହୁଲ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂସଦରେ ବିରୋଧୀମାନଙ୍କୁ କହିବାକୁ ଦେଉନାହାନ୍ତି ସରକାର। ଆଉ ଜାଣିଶୁଣି ସୋସିଆଲ ମିଡ଼ିଆରେ ଆମ ମାନଙ୍କ ସ୍ୱରକୁ ଚାପିବାରୁ ଏପରି କାର୍ଯ୍ୟ କରୁଛି ମୋଦି ସରକାର। ଏହାସହ ସେ କହିଛନ୍ତି କେବଳ ବିରୋଧୀଙ୍କ ଉପରେ ଆକ୍ରମଣ ନୁହେଁ ବରଂ ପୂରା ଗଣତନ୍ତ୍ର ଉପରେ ଆକ୍ରମଣ କରିଛନ୍ତି କେନ୍ଦ୍ର ସରକାର।
ସେପଟେ କଂଗ୍ରେସର ଅନେକ ବରିଷ୍ଠ ନେତା କହିଛନ୍ତି, ଟ୍ୱିଟ୍ର ଆମ ଗଣତାନ୍ତ୍ରିକ କ୍ଷମତା ଉପରେ ହସ୍ତକ୍ଷେପ କରୁଛି। ଯାହାଦ୍ୱାରା କର୍ମୀମାନେ ପ୍ରଭାବିତ ହେଉଛନ୍ତି।
ତେବେ ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଲକ୍ କରାଯାଇଛି । ଗୁରୁବାର ଦିନ ଟ୍ୱିଟର ହ୍ୟାଣ୍ଡେଲ୍ ଲକ କରାଯାଇଥିବା କଥା କହିଛି କଂଗ୍ରେସ । ଏହି ସୂଚନା କଂଗ୍ରେସ ପକ୍ଷରୁ ଫେସବୁକରେ ଦିଆଯାଇଛି ।
ଆଗାମୀ ସମୟରେ ସଂଗ୍ରାମ ଜାରି ରହିବ । ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା, ସେତେବେଳେ ଆମେ ଭୟଭୀତ ହୋଇନଥିଲୁ । ତେବେ ବର୍ତ୍ତମାନ ଟ୍ୱିଟର ବ୍ଲକ୍ କରିଦେଲେ ଭୟ କାହିଁକି କରିବୁ ବୋଲି କୁହାଯାଇଛି । ’ଆମେ କଂଗ୍ରେସ, ଲୋକଙ୍କ ବାର୍ତ୍ତା ’, ଆମେ ଲଢ଼ିବୁ, ଲଢ଼େଇ ଜାରି ରଖିବୁ । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିବା ଯଦି ଅପରାଧ, ତେବେ ଆମେ ଏହି ଅପରାଧକୁ ଶହେ ଥର କରିବୁ ବୋଲି କହିଛି କଂଗ୍ରେସ । ଜୟ ହିନ୍ଦ, ସତ୍ୟମେବ ଜୟତେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
