Advertisment

ଗାନ୍ଧି ପରିବାରକୁ ସ୍ମୃତି ଇରାନିଙ୍କ କଡ଼ା ସମାଲୋଚନା, ବେଆଇନ୍ ସମ୍ପତ୍ତିର ସୁରକ୍ଷା ପାଇଁ କଂଗ୍ରେସର ଆନ୍ଦୋଳନ

କେବଳ ରବର୍ଟ ଭଦ୍ରା ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲା ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।

ଅଦ୍ୟତନ ହୋଇଛି
Smriti Irani

Smriti Irani

Advertisment

ରାହୁଲ ଗାନ୍ଧିଙ୍କୁ ନେଇ ଏବେ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି । ରାହୁଲ ଗାନ୍ଧିଙ୍କୁ ଇଡିର ଜେରାକୁ ନେଇ କଂଗ୍ରେସ ଓ ଗାନ୍ଧି ପରିବାରକୁ ଏବେ ଜୋରାଦାର ଟାର୍ଗେଟ କରୁଛନ୍ତି ବିରୋଧୀ । ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲ ଓ ଗାନ୍ଧି ପରିବାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଇଡି ଜେରା ବିରୋଧରେ ଏଭଳି ସତ୍ୟାଗ୍ରହ ଓ ଶୋଭାଯାତ୍ରା କରି କଂଗ୍ରେସ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଯେହେତୁ ତାଙ୍କ ଦୁର୍ନୀତି ଧରା ପଡ଼ିଯାଇଛି, ସେଥିଲାଗି କଂଗ୍ରେସ ଏଭଳି କରୁଛି । ସେ ଆହୁରି କହିଛନ୍ତି ଯେ, ଗାନ୍ଧି ପରିବାରର ସଂପତ୍ତି ସୁରକ୍ଷିତ ରଖିବା ଲାଗି କଂଗ୍ରେସର ଏହା ଏକ ପ୍ରୟାସ ।

Advertisment

ଗାନ୍ଧି ପରିବାରକୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଯେ, କଣ ପାଇଁ ଗୋଟିଏ ଖବରକାଗଜ ପ୍ରକାଶନୀ କଂପାନି ପ୍ରତି ଗାନ୍ଧି ପରିବାର ଏତେ ଉତ୍ସାହୀ ଥିଲେ ? ୟେଉଁ କଂପାନି ଏବେ ରିଅଲ ଇଷ୍ଟେଟ କାରବାରରେ ଅଛି । ସେହି କଂପାନୀ ପ୍ରତି ଗାନ୍ଧି ପରିବାର କାହିଁକି ଆଗ୍ରହୀ ଥିଲେ ? ଏଥିରୁ ସ୍ପଷ୍ଟ ହେଉଛି ଯେ, କେବଳ ଜିଜାଜୀ (ରବର୍ଟ ଭଦ୍ରା) ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲେ । ଏଭଳି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।

ସ୍ମୃତି ଆହୁରି କହିଛନ୍ତି ଯେ, ୧୯୩୦ରେ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଅଂଶୀଦାର ଭାବେ ଆସୋସିଏଟ୍ ଜର୍ଣ୍ଣାଲ ସ୍ଥାପନା କରିଥିଲେ । ଯେଉଁ କଂପାନୀ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପରିଚାଳିତ ହେବାର ଥିଲା, ତାହା ଆଜି ଗାନ୍ଧି ପରିବାରର କବଜାରେ ରହିଛି । ପ୍ରଥମେ ଏହି ସଂସ୍ଥା ଖବରକାଗଜ ପ୍ରକାଶ କରିବ ବୋଲି ଜଣାଇଥିଲା ପରେ ୨୦୦୮ରେ କୁହାଗଲା, ଏହି କଂପାନି ଖବରକାଗଜ ପ୍ରକାଶ ନ କରି ରିଅଲ ଇଷ୍ଟେଟ ବିଜିନେସରେ ରହିବ । ଗାନ୍ଧି ପରିବାର ଏଭଳି ଆଚରଣକୁ ସ୍ମୃତି ତାତ୍ସଲ୍ୟ କରିବା ସହ କଡ଼ା ସମାଲୋଚନା କରିଛନ୍ତି । 

Advertisment

ସେହିଭଳି ରାହୁଲ ଇଡିରେ ହାଜରକୁ ନେଇ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରାକୁ, ତୀବ୍ର ଭର୍ତ୍ସନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । କଂଗ୍ରେସର ଏହି ଶୋଭାଯାତ୍ରାକୁ ଭ୍ରଷ୍ଟାଚାର ଉତ୍ସବ ବୋଲି କହିଛନ୍ତି ସମ୍ବିତ । ବିଭିନ୍ନ ଶୋଭାଯାତ୍ରା ଓ ରାଲି ମାଧ୍ୟମରେ କଂଗ୍ରେସ, ରାହୁଲଙ୍କୁ ନେତା ଭାବେ ଉଭା କରିବାକୁ ଚେଷ୍ଟା କରୁଥିଲେ ବି ସେସବୁ ଅସଫଳ ରହୁଛି । ଆଜି ମଧ୍ୟ ଦଳ ସେମିତି ଏକ ପ୍ରୟାସ କରିଛି ବୋଲି ସମ୍ବିତ କହିଛନ୍ତି ।

ରାହୁଲଙ୍କୁ ଇଡିର ଜେରା ପରେ ପ୍ରମୁଖ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ । ଏହାସହ ଦେଶରେ ଏହି ପ୍ରମୁଖ ସଂସ୍ଥାସବୁ ବିରୋଧରେ ଭୁଲ୍ ଜନମତ ସୃଷ୍ଟି ହେଉଥିବା ଅଶୋକ କହିଛନ୍ତି । ଏଥିଲାଗି ସେ ଇଡି, ଆଇଟି ଓ ସିବିଡିଟିର ଅଧିକାରୀଙ୍କୁ ଭେଟି ଆଲୋଚନା କରିବାକୁ ତ ଚାହିଁଥିଲେ । ତିନି ଅଧିକାରୀ ମଧ୍ୟ ତାଙ୍କୁ ଭେଟିବାକୁ ସମ୍ମତି ଦେଇଥିଲେ । ପରେ ମନା କରିବାରୁ ତିନି ସଂସ୍ଥା ଚାପରେ ରହୁଥିବା ଅଶୋକ କହିଛନ୍ତି ।

Advertisment
BJP Rahul Gandhi Politics Smriti Irani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ