Advertisment

କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ?

ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍‌ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Congress President Election

Congress Prez poll

Advertisment

କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ? ଶଶୀ ଥରୁର୍‌ ଏବଂ ଅଶୋକ ଗେହଲଟ୍‌ଙ୍କ ନା ଚର୍ଚ୍ଚାକୁ ଆସିବା ପରେ ଗତକାଲି AICC  ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଳଙ୍କୁ ଦିଲ୍ଲୀ ଡାକି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଆଲୋଚନା କରିଛନ୍ତି। ସାକ୍ଷାତ ପରେ ବେଣୁଗୋପାଳ କହିଛନ୍ତି, ସଭାପତି ପଦ ପାଇଁ ଯିଏ ଚାହିଁବେ ସିଏ ଲଢି ପାରିବେ। କାରଣ ଏହା ମୁକ୍ତ ଓ ଅବାଧ ନିର୍ବାଚନ। ତେବେ ରାହୁଲ ଗାନ୍ଧି ଲଢିବେ କି ନା ନାହିଁ, ଏହି ନିଷ୍ପତ୍ତି ରାହୁଲ ହିଁ ନେବେ। 

Advertisment

ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍‌ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ବରିଷ୍ଠ ନେତା ଗେହଲଟ୍‌ ଦଳର ମଙ୍ଗୁଆଳ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ହରିୟାଣା କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି। ଯେଉଁଥିରେ ରାହୁଲଙ୍କୁ ସଭାପତି ଭାବେ ନିର୍ବାଚନରେ ନାମାଙ୍କନ ଭରିବାକୁ ଅନୁରୋଧ କରାଯାଇଛି। 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶଶି ଥରୁର୍‌ ୨୮ ଜଣିଆ କମିଟିର ସଦସ୍ୟ ରହିଛନ୍ତି। ତେଣୁ ତାଙ୍କୁ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପାଇଁ ସୋନିଆ ଗାନ୍ଧି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା କୁହାଯାଉଛି। ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର୍‌ ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ।

Advertisment
Congress Rahul Gandhi Shashi Tharoor Ashok Gehlot Congress President Sonia Gandhi Congress President Election Congress Presidential Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ