Advertisment

୨୫ ବର୍ଷ ପରେ କଂଗ୍ରେସ ମୁଖିଆ ହେବେ ଅଣଗାନ୍ଧି ନେତା

ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।

ଅଦ୍ୟତନ ହୋଇଛି
Congress President Poll Today

Congress President Poll today

Advertisment

ଆଜି ହେଉଛି ଏଆଇସିସି  ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ  ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ । ଏଥିପାଇଁ ଦିଲ୍ଲୀ ହେଡକ୍ୱାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ୬୫ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି । ସକାଳ ୧୦ଟାରୁ ୪ଟା ଯାଏଁ ଭୋଟଦାନ ହେବ । ସୋନିଆ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ଭୋଟ ଦେବେ । ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି କର୍ଣ୍ଣାଟକର ସାଙ୍ଗନକଲୁରେ ଭୋଟ୍ ଦେବେ।

Advertisment

ରାଜ୍ୟ କଂଗ୍ରେସ ମୁଖ୍ୟ, ଦଳର ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭୋଟ ଗ୍ରହଣରେ ସାମିଲ ହେବେ । ସେମାନେ ନିଜ ରାଜ୍ୟ କିମ୍ବା ଦିଲ୍ଲୀ ହେଡକ୍ୱାର୍ଟରରେ ଭୋଟ୍ ଦେଇପାରିବେ। ଆଜି ଭୋଟିଂ ପରେ ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ ।

ଏପଟେ ଭୁବନେଶ୍ୱର କଂଗ୍ରେସ ଭବନରେ ମଧ୍ୟ ନିର୍ବାଚନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା କଂଗ୍ରେସରୁ ୪୨୭ ଜଣ ଦଳର ସଭାପତି ଚୟନ କରିବାକୁ ମତ ଦାନ କରିବେ। ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶଶି ଥରୁର ଓଡ଼ିଶା ଆସି ନଥିଲେ ବି ସୋସିଆଲ ମିଡ଼ିଆରେ ପ୍ରଚାର କରିଛନ୍ତି ।

Advertisment

କଂଗ୍ରେସର ୧୩୭ ବର୍ଷର ଇତିହାସରେ ୬ଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେଉଛି। ୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବ। ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ। ବଂଶବାଦ ରାଜନୀତି ନେଇ ବିଜେପି ଦ୍ୱାରା ସବୁବେଳେ ସମ‌ାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି ।

ଗାନ୍ଧୀ ପରିବାରର ଘନିଷ୍ଠ ତଥା ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଥିବା କାରଣରୁ ଖଡ୍‌ଗେଙ୍କୁ ପାର୍ଟି ଅଧ୍ୟକ୍ଷ ହେବାର ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଦଳରେ ପରିବର୍ତ୍ତନ ଆଣିବା ପାଇଁ ନିଜକୁ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦାବି କରିଛନ୍ତି ଥରୁର।

Advertisment
Congress AICC Congress President Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ