କଂଗ୍ରେସ ନେତ୍ରୀଙ୍କ ଭିଲିଆନ୍‌ ଷ୍ଟାଇଲ୍, ପୋଲିସ କର୍ମଚାରୀଙ୍କ ସାର୍ଟ କଲର ଧରି ଝିଙ୍କିଲେ ! ଦେଖନ୍ତୁ ଭିଡିଓ..

ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।

Renuka

କଂଗ୍ରେସ ବିକ୍ଷୋଭ ବେଳେ ଅପ୍ରୀତିକର ଦୃଶ୍ୟ । ପୋଲିସ କର୍ମଚାରୀଙ୍କ ସାର୍ଟ କଲର୍ ଧରିଲେ ରେଣୁକା ଚୌଧୁରୀ । ତେଲେଙ୍ଗାନାରେ କଂଗ୍ରେସର ଚଲୋ ରାଜଭବନ ରାଲି ବେଳେ ଅଘଟଣ । ଜଣେ ପୋଲିସ ସବ୍ ଇନ୍‌ସ୍ପେକ୍ଟରଙ୍କ ସାର୍ଟ କଲର ଧରି ଝିଙ୍କିଲେ କଂଗ୍ରେସ ନେତ୍ରୀ । ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀ ପୋଲିସ ଏସ୍‌ଆଇଙ୍କ ସାର୍ଟ କଲର ଝିଙ୍କି ଏବେ ଖୁବ୍‌ ଚର୍ଚ୍ଚାରେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ସୂଚନାଯୋଗ୍ୟ କଂଗ୍ରେସ କର୍ମୀ ରାଜଭବନ ଆଡ଼େ ଅଗ୍ରସର ହେବା ବେଳେ ପୋଲିସ ଅଟକାଇବାରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ରେଣୁକା ଚୌଧୁରୀ । ଏହି ସମୟରେ ଏକ ପ୍ରକାର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଫଳରେ ପୋଲିସ କର୍ମଚାରୀଙ୍କ ସାର୍ଟ କଲର ଟାଣି ଧରି ପକାଇଥିଲେ ରେଣୁକା । ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି । ଏହି ଭଙ୍ଗାରୁଜା ଘଟଣାରେ ୪ କଂଗ୍ରେସ କର୍ମୀ ଅଟକ ରହିଛନ୍ତି । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।