Congress Interim President Sonia Gandhi Hospitalised
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଆଜି ତାଙ୍କୁ ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।
ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ହସ୍ପିଟାଲ୍ରେ ଅବଜର୍ଭେସନ ପାଇଁ ରହିବେ ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁର୍ଜେୱାଲା କହିଛନ୍ତି।
ସୂଚନାଥାଉ କି, କିଛିଦିନ ପୂର୍ବେ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପଜିଟିଭ ଚିହ୍ନଟ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ଆଇସୋଲେସନରେ ରହିଥିଲେ। ଜ୍ୱର ଏବଂ ଅନ୍ୟ କିଛି ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655025333.jpg)