Advertisment

ରାଜସ୍ଥାନ କଂଗ୍ରେସରେ କନ୍ଦଳ: ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ, ସଚିନଙ୍କୁ ଖୁସି କରିବାକୁ...

ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍‌ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।

ଅଦ୍ୟତନ ହୋଇଛି
ରାଜସ୍ଥାନ କଂଗ୍ରେସରେ କନ୍ଦଳ: ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ, ସଚିନଙ୍କୁ ଖୁସି କରିବାକୁ...

Ashok Gehlot

Advertisment

ଜୟପୁର: ଗୋଟିଏ ରାଜ୍ୟ ପରେ ଗୋଟିଏ ରାଜ୍ୟରେ ଦେଖିବାକୁ ମିଳୁଛି କଂଗ୍ରେସରେ କନ୍ଦଳ। ସ୍ଥିତି ଏମିତି ହେଲାଣି ଯେ, ରାଷ୍ଟ୍ରୀୟ ବା କେନ୍ଦ୍ରୀୟ ନେତାଙ୍କ କଥା ବି ଶୁଣିବା ପରିସ୍ଥିତିରେ ନାହାନ୍ତି ରାଜ୍ୟସ୍ତରୀୟ ନେତା। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଦଳର ହାଇକମାଣ୍ଡ। ଗତ ସପ୍ତାହେ ଧରି ପଞ୍ଜାବ କଂଗ୍ରେସର କନ୍ଦଳକୁ ନେଇ ପୂରା ଦେଶରେ ଚର୍ଚ୍ଚା ଲାଗିରହିଥିଲା। ବିବାଦର ସମାଧାନ କରିବାକୁ ଯାଇ ବାଧ୍ୟ ହୋଇ ସିଦ୍ଧୁଙ୍କୁ ରାଜ୍ୟ ସଭାପତି ପଦରେ ବସାଇଥିଲେ କେନ୍ଦ୍ରୀୟ ନେତା ବୋଲି କୁହାଯାଉଛି। ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍‌ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।

Advertisment

ଆଉ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ସମାଧାନ କରିବାକୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ଏବଂ ରାଜସ୍ଥାନ ପ୍ରଭାରୀ ଅଜୟ ମାକନ୍‌ ଜୟପୁରରେ ପହଞ୍ଚିଛନ୍ତି। ବର୍ତ୍ତମାନ ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସହ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି। ଉଭୟ ନେତାଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ପାଖାପାଖି ଅଢେଇ ଘଂଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି। ତେବେ ଏହି ମିଟିଂ ପରେ ଗେହଲଟ୍‌ କହିଛନ୍ତି, ଦଳ କେମିତି ଆଗକୁ ଯିବ ସେନେଇ ଆଲୋଚନା ହୋଇଛି। ଦଳର ନିଷ୍ପତ୍ତି ସୋନିଆ ଗାନ୍ଧୀଙ୍କ ହାତରେ ରହିଛି। ସେ ଯାହା ନିଷ୍ପତ୍ତି ନେବେ ଆମେ ସମସ୍ତେ ତାହାକୁ ମାନିବୁ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଏହି ମାସରେ ହିଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ତାହା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ ବୋଲି ଗେହଲଟ୍ କହିଛନ୍ତି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଉଁମାନେ ମନ୍ତ୍ରୀ ହେବେ, କେଉଁମାନଙ୍କ ବିଭାଗ ବଦଳିବ ସେନେଇ ଏକ ଚିଠା ମଧ୍ୟ ପ୍ରସ୍ତୁତ ହୋଇଛି। ରାଜ୍ୟର ସମସ୍ତ ନେତାଙ୍କ ସହ ଗେହଲଟ୍‌ ମଧ୍ୟ ଆଲୋଚନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୟପୁରରୁ ଆଜି ଦିନ ୧ଟା ସୁଦ୍ଧା ୨ ନେତା ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହା ପରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ। ଏହା ପରେ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ସଚିନ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ସୋନିଆ ଚେଷ୍ଟା କରିବେ।

India News Politics Sachin Pilot Rajasthan CM Ashok Gehlot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ