Advertisment

ଦିଲ୍ଲୀରେ ଡିଲ୍‌ ଫାଇନାଲ, ଆପ୍‌ ୪ ଓ କଂଗ୍ରେସ ୩ ସିଟରେ ଲଢିବ ନିର୍ବାଚନ

ଆଜି ଦୁଇ ଦଳ ମଧ୍ୟରେ ହୋଇଥିବା ସିଟ୍‌ ବୁଝାମଣାରେ ଦିଲ୍ଲୀରେ ଆପ୍‌ ୪ଟି ଲୋକସଭା ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଚୁଡ଼ାନ୍ତ ହୋଇଛି।

AAP-Congress

AAP-Congress

Advertisment

ମାର୍ଚ୍ଚ ୧୩ ତାରିଖ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ୍‌ ଓ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଡିଲ୍‌ ଫାଇନାଲ ହୋଇଛି। ଆଜି ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମିଳିତ ଭାବେ ପ୍ରେସ୍‌ ମିଟ୍‌ କରି ସିଟ୍‌ ବୁଝମଣା ନେଇ ସୂଚନା ଦେଇଛନ୍ତି । କଂଗ୍ରେସ ନେତା ମୁକୁଲ ବାସନିକ କହିଛନ୍ତି, ‘INDI’ ମେଣ୍ଟରେ ସାମିଲ ଦଳ ମଧ୍ୟରେ ସିଟ୍‌ ବୁଝାମଣା ନେଇ ଚର୍ଚ୍ଚା ହେଉଥିଲା। ଦୁଇ ଦିନ ପୂର୍ବରୁ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ଘୋଷଣା କରାଯାଇଥିଲା। ୟୁପି ପରେ ଦିଲ୍ଲୀରେ ଆସନ ବୁଝାମଣାକୁ ନେଇ ଆପ୍‌ ଓ କଂଗ୍ରେସ ମଧ୍ୟରେ ଅନେକ ଥର ଚର୍ଚ୍ଚା ହୋଇଛି। ତେବେ ଆଜି ଦୁଇ ଦଳ ମଧ୍ୟରେ ସିଟ୍‌ ସେୟାରିଂ ନେଇ ଘୋଷଣା କରିଛି।

Advertisment

ଆଜି ଦୁଇ ଦଳ ମଧ୍ୟରେ ହୋଇଥିବା ସିଟ୍‌ ବୁଝାମଣାରେ ଦିଲ୍ଲୀରେ ଆପ୍‌ ୪ଟି ଲୋକସଭା ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଚୁଡ଼ାନ୍ତ ହୋଇଛି। ଆମ୍‌ ଆଦମୀ ପାର୍ଟି ଦିଲ୍ଲୀରେ ନୂଆ ଦିଲ୍ଲୀ, ସାଉଥ୍ ଦିଲ୍ଲୀ, ୱେଷ୍ଟ ଦିଲ୍ଲୀ ଓ ଇଷ୍ଟ ଦିଲ୍ଲୀ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ। ସେହିପରି କଂଗ୍ରେସ ନର୍ଥ ଇଷ୍ଟ, ନର୍ଥ ୱେଷ୍ଟ ଓ ଚାନ୍ଦିନୀ ଚୌକ ଆସନରେ ନିର୍ବାଚନ ଲଢ଼ିବ।

ଦିଲ୍ଲୀ ସହ ଗୁଜରାଟ, ହରିୟାଣା, ଗୋଆ ଓ ଚଣ୍ଡିଗଡ଼ରେ ଆପ୍‌ ଓ କଂଗ୍ରେସ ମିଳିତ ଭାବରେ ନିର୍ବାଚନ ଲଢ଼ିବ। ଚଣ୍ଡିଗଡ଼ ଲୋକସଭା ଆସନ ଓ ଗୋଆର ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ସେହିପରି ହରିୟାଣାର ୯ ସିଟ୍‌ରେ କଂଗ୍ରେସ ଓ ଗୋଟିଏ ସିଟ୍‌ରେ ଆପ୍‌ ନିର୍ବାଚନ ଲଢ଼ିବ। ଗୁଜରାଟରେ ଆପ୍‌ ଦୁଇଟି ଆସନରେ ଲଢ଼ିବ ଏବଂ କଂଗ୍ରେସ ୨୪ଟି ଆସନରେ ନିଜର ପ୍ରାର୍ଥୀ ଦେବ।

Advertisment

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଇ ଦଳ ପଞ୍ଜାବକୁ ନେଇ କିଛି ଘୋଷଣା କରିନାହାନ୍ତି। ଅର୍ଥାତ ଏହା ସ୍ପଷ୍ଟ କରୁଛି କି ପଞ୍ଜାବରେ ଆପ୍‌ ଓ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ। ଉଭୟ ଦଳ ଏଠାରେ ଏକାକୀ ନିର୍ବାଚନ ଲଢ଼ିବେ।

Congress AAP 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ