Advertisment

କଂଗ୍ରେସ ପାଖରେ ନଥିଲା ଚାରା, ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍‌କୁ କଲା ସର୍ମଥନ : ମୋଦି

କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ମଧ୍ୟପ୍ରଦେଶ ଭୋପାଳରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ସଂସଦର ଉଭୟ ସଦନ ଦ୍ବାରା ମହିଳା ସଂରକ୍ଷଣ ବିଲ ପାସ୍ ହେବା ପ୍ରସଙ୍ଗରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀ ଦଳର ଅହଂକାରୀ ମେଣ୍ଟ ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଛି । ସେମାନଙ୍କ ସହଯୋଗୀ ଦଳର ଅନେକ ଲୋକ ଗତ ୩୦ ବର୍ଷ ଧରି ଏହି ବିଲକୁ ବିରୋଧ କରୁଥିଲେ। କିନ୍ତୁ ଏବେ ବାଧ୍ୟ ହୋଇ ଏହି ବିଲକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି । କଂଗ୍ରେସ ପାଇଁ ଗରିବଙ୍କ ଜୀବନର କିଛି ମୂଲ୍ୟ ନାହିଁ ବୋଲି ମୋଦି ଟାର୍ଗେଟ କରିଛନ୍ତି । ସେମାନଙ୍କ ପାଇଁ ଗରିବଙ୍କ ବସ୍ତି ଏକ ଆଡଭେଞ୍ଚର ଟୁରିଜିମ ପାଲଟିଛି ଏବଂ ଗରିବଙ୍କ କ୍ଷେତ ଏକ ଫଟୋ ସେସନର ମୈଦାନ ହୋଇଥିବା ମୋଦି କହିଛନ୍ତି ।

ମୋଦି ତାଙ୍କ ଅଭିଭାଷଣରେ ଗାନ୍ଧି ପରିବାରକୁ ବି ନିଶାନାରେ ନେଇଛନ୍ତି । ବିଶ୍ବ ଭାରତକୁ ନେଇ ଯାହ କହୁଛି, ଏସବୁ ଗୌରବପୂର୍ଣ୍ଣ କାମ ଆଗରୁ ବି ହୋଇପାରିଥାନ୍ତା। କିନ୍ତୁ କଂଗ୍ରେସ କେବଳ ଏକ ପରିବାରର ଗୌରବଗାନରେ ଲାଗିଥିଲା । ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ରରେ ପରିଣତ କରିଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Advertisment
Narendra Modi Congress Bhopal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ